ଅଟୋ ମହାସଂଘର କଡ଼ା ଚେତାବନୀ, ମାତ୍ରାଧିକ ଜରିମାନା ଆଦାୟକୁ ବରଦାସ୍ତ କରାଯିବନି

ଭୁବନେଶ୍ବର: ଗତକିଛି ଦିନ ହେବ ଯେଉଁଭଳି ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି ଏବଂ ଜରିମାନା ଆଦାୟ କରାଯାଉଛି, ତାକୁ ନେଇ ଅଟୋ ମହାସଂଘର କଡ଼ା ଚେତାବନୀ । ମାତ୍ରାଧିକ ଜରିମାନା ଆଦାୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଅଟୋ ମହାସଂଘ । ଏଭଳି ମନଇଚ୍ଛା ଫାଇନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଅଟୋ ମହାସଂଘର ସଭାପତି ନବ ମହାନ୍ତି । ଏ ବାବଦରେ ଆସନ୍ତାକାଲି ଅଟୋ ମହାସଂଘର ବୈଠକ ବସିବ ।

ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଏପରିକି ବୁଧବାର ଦିନ ଅଟୋ ଉପରେ ୮ଟି ନିୟମ ଉଲ୍ଲଂଘନ ଦର୍ଶାଇ ୪୭,୫୦୦ ଟଙ୍କା ଓ ଗତକାଲି ଜଣେ ଅଟୋ ଚାଳକଙ୍କଠାରୁ ୨୭,୫୦୦ ଟଙ୍କା ଚାଲାଣ କାଟିଥିଲେ ଆରଟିଓ ଅଧିକାରୀ । ତେଣୁ ଯଦି ଏଭଳି ଫାଇନ ଆଦାୟ ଜାରି ରହେ, ତେବେ ଆଗାମୀ ଦିନରେ ଅଟୋ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତବନୀ ଦେଇଛି ।

ସମ୍ବନ୍ଧିତ ଖବର