କୋକସରା: କୋକସରା ବ୍ଲକ୍ ଧୋବେନପଡ଼ାରୁ ଜୟପାଟଣା ବ୍ଲକ୍ ଧନଶୁଲି ଗାଁକୁ ଯାଉଥିବା ଏକ ଅଟୋ ସୋମବାର କୋକସରା ବ୍ଲକ କାଉଡୋଳା-ଲଡୁଗାଁ ରାସ୍ତାର କୁସୁମଖୁଣ୍ଟି ବୁଲାଣିଠାରେ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ଥିବା କିଛି ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କରେ କିଛି ଯୁବକ ପୁଲିସ ଓ ଦମକଳ କର୍ମଚାରୀଙ୍କୁ ଖବର ଦେଇଥିଲେ।
ଗୁରୁତର ଅବସ୍ଥାରେ କୋକସରା ବ୍ଲକ୍ ଧୋବେନପଡା ଓ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଗ୍ରାମର ଶତ୍ରୁଘନ ପାଳପୁରିଆ (୭୫), ଅନିରୁଦ୍ଧ ପାଳପୁରିଆ (୭୦) ଓ ସୋମନାଥ ନାଏକ (୪୫)ଙ୍କୁ ଚିକିତ୍ସା ପାଇଁ ଅନ୍ୟ ଏକ ଅଟୋରେ କୋକସରା ଡାକ୍ତରଖାନା ନିଆଯାଇଥିଲା। ଶତ୍ରୁଘ୍ନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/22-12.jpg)