ମଦନପୁର ରାମପୁର/ମୋହନଗିରି: ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇଛି। ଏଥିରେ ୭ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଦେଢ଼ଶୁଲି ପଞ୍ଚାୟତର ସାରେଙ୍ଗପଡ଼ା, ପଟାଙ୍ଗି ଓ ତେନ୍ତୁଳିପଡ଼ା ଗାଁର ଲୋକେ।
ସୂଚନା ଅନୁସାରେ ବାହାଘର ଉତ୍ସବରେ ଯୋଗଦେବା ପାଇଁ କନ୍ଧମାଳ ଜିଲ୍ଲା ସୁଡ୍ରା ପଞ୍ଚାୟତର ମସ୍କା ପଡ଼ି ଗାଁ ଯାଉଥିଲେ। ଏକ ଅଟୋରେ ୧୫ ଜଣ ପୁରୁଷ ଓ ମହିଳା ଯାଉଥିଲେ। ଉକ୍ତ ସମୟରେ ଗାଡ଼ିଟି ଜାମୁଲି ରାସ୍ତା ଦେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଶେଷଘାଟି ବାଡେଙ୍ଗ ସରାପାଖରେ ଓଲଟି ପଡ଼ିଥିଲା, ଯାହାଫଳରେ ଦୁର୍ଘଟଣାରେ ଜଣେ ଶିଶୁଙ୍କ ସହିତ ଛଅ ଜଣ ଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ମୋହନଗିରିସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରୁ ମଦନରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଥି ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାହୋଇଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମିକାଲ୍ ହରିଜନ( ୧୮ ବର୍ଷ), କରେଲି ମାଝୀ(୩୦), ବାଡୁଲି ହରିଜନ (୬୦), ସେମାଲି ମାଝୀ (୨୮), ବକେରି ମାଝୀ (୬୦), ବ୍ରଜ ହରିଜନ (୬୦), ନିଲେନ୍ଦ୍ରି ହରିଜନ (୨୮)।ଆହତ କମ୍ବାରି ମାଝୀ (୩୬), ନିରନ୍ତି ମାଝୀ (୨୮)ଅନ୍ୟପଟେ ଯାନବାହାନ ଗୁଡ଼ିକରେ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/deeb97a2-1252-4010-80dc-5b6fb89781e3.jpeg)