କୋରାପୁଟ: କୋରାପୁଟ ବସଷ୍ଟାଣ୍ଡ ଚାରିପାର୍ଶ୍ବ ଓ ରେଳ ଷ୍ଟେସନରେ ବେଆଇନ୍ ପାର୍କିଂ ସହ ଉଠା ଦୋକାନୀଙ୍କ ରାସ୍ତା ଉପରେ ବେପାର ଭକ୍ତଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ଦୈନିକ ଏଥିପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଲୋକେ ଯା’ଆସ ବେଳେ ଭିଡ଼ ଭିତରେ ଫସି କଲବଲ ହେଉଛନ୍ତି। ଅଧିକ ଯନ୍ତ୍ରଣା ପାଉଛନ୍ତି ମେଡିକାଲ କଲେଜକୁ ଡାକରୀ ପରାମର୍ଶ ପାବଇଁ ଆସୁଥିବା ରୋଗୀ। ରୋଗୀ ପରିବାରସହ ଗଲାବେଳେ ଏହି ଭକ୍ତ ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ବସଷ୍ଟାଣ୍ଡକୁ ନୋ ଭେଣ୍ଡିଂ ଓ ନୋ ପାର୍କିଂ ଜୋନ୍ ହେବ। ବେଆଇନ୍ ପାର୍କିଂ କରୁଥିବା ଗାଡ଼ିମାନଙ୍କଠାରୁ ଜରିମାନା ଆଦାୟ ହେବ।
ବେଆଇନ୍ ଭାବେ ଦୋକାନ ଖୋଲିଥିବା ଉଠାଦୋକାନୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ। କୋଭିଡ ପୂର୍ବରୁ ଏଭଳି ଘୋଷଣା କରିଥିଲା ଜିଲ୍ଲା ପୁଲିସ ଓ ପୌରପାଳିକା। ସେହି ଅନୁସାରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ବି ହେଲା। କିଛି ଗାଡ଼ିକୁ ଉଠାଇ ନିଆଗଲା, କିଛି ଲୋକଙ୍କଠାରୁ ଜରିମାନା ଆଦାୟ କରାଗଲା। ଉଠା ଦୋକାନୀଙ୍କୁ ତଡ଼ିପାର କରାଗଲା। ଟାଉନ ଥାନା ପଟ ଦେଇ ଅମଲାକୁଟିର ସଂଲଗ୍ନ ରାସ୍ତାକୁ ସମ୍ପୂର୍ଣ୍ଣ ଉଠାଦୋକାନୀମୁକ୍ତ ରଖାଗଲା। ଏହିଅଞ୍ଚଳରେ ଅଟୋ ପ୍ରବେଶ ନିଷେଧ କରାଗଲା। କିନ୍ତୁ କିଛି ମାସ ଭିତରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ଦେଖିବାକୁ ମିଳିଛି। ପାଖରେ ମାଳ ମାଳ ପୁଲିସ ଜଗି ରହୁଥିଲେ ବି କେହି ଏ ଦିଗରେ ମୁହଁ ଖୋଲୁନାହାନ୍ତି କି ଭିଡ଼ ହଟାଉନାହାନ୍ତି। ଫଳରେ ଦୈନିକ ଏଠାରେ ଭିଡ଼ ଜମୁଛି। ହଜାର ହଜାର ବାଇକ୍ ରାସ୍ତା ଉପରେ ପାର୍କିଂ ହେଉଛି। ଖାଲି ସେତିକି ନୁହେଁ ବସଷ୍ଟାଣ୍ଡ ଓ ରେଳବାଇ ନିକଟରୁ ଗାଡି ବାହାର କଲେ ଲୁଟୁଛନ୍ତି ଅଟୋ ଚାଳକ। ବସଷ୍ଟାଣ୍ଡରୁ ମେଡିକାଲକୁ ୧୫୦ ଟଙ୍କା ସହ ଅନ୍ୟ ସ୍ଥାନକୁ ୧୦୦ରୁ ୧୨୦ ଟଙ୍କା ଲେଖାଏଁ ଜୋରଜବରଦସ୍ତ କରି ସାଧାରଣ ଲୋକଙ୍କଠାରୁ ଲୁଟୁଛନ୍ତି। ଏହାସହ ମେଡିକାଲରୁ ବସଷ୍ଟାଣ୍ଡକୁ ୧୩୦ ଟଙ୍କା ନେଉଥିବା ଦେଖିବାକୁ ମିଳିଛି। ସେହିପରି ଷ୍ଟେ ସନରୁ ସହର ବିଭିନ୍ନ ସ୍ଥାନକୁ ୨୫୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା କଷୁଥିବା ଦେଖିବାକୁ ମିଳିଛି।
ଏନେଇ ବୁଦ୍ଧିଜୀବୀ ମନୋରଞ୍ଜନ ରାଉତରାୟ କହିଛନ୍ତି ଯେ ଜିଲ୍ଳାର ସବୁ ସହରରେ ଅଟୋକୁ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା ହୋଇଛି, କିନ୍ତୁ କୋରାପୁଟ ସହରରେ ନାହିଁ। ରଖିବାକୁ ଜାଗା ନ ଥିବାରୁ ଅଟୋ ଚାଳକମାନେ ରାସ୍ତାଘାଟ, ବସଷ୍ଟାଣ୍ଡ ଓ ରେଳବାଇ ଷ୍ଟୋସନରେ ରଖୁଛନ୍ତି। ଏମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ବିପନ୍ନ ହେଉଥିବାବେଳେ ଛୋଟମୋଟ ଦୂର୍ଘଟଣା ଘଟୁଛି। ନିୟନ୍ତ୍ରଣ କରିବାକୁ ହେଲେ ଭଡା ପ୍ରଦର୍ଶନ କରାଯାଉ। ଏହା ହେଲେ ଲୋକେ ରକ୍ଷା ପାରିବେ ବୋଲି ସେ କହିଛନ୍ତି।
ସୂର୍ଯ୍ୟ ନାରାୟଣ ପଣ୍ଡା କହିଛନ୍ତି ଯେ ଉପାନ୍ତ ଅଞ୍ଚଳରୁ ଟଙ୍କା ଜାନି ନାମକ ଜଣେ ରୋଗୀ କୋରାପୁଟ ବସଷ୍ଟାଣ୍ଡରେ ମାତ୍ର ୬୦ ଟଙ୍କାରେ ପହଞ୍ଚିଥଇଲେ। ତାଙ୍କୁ ବସଷ୍ଟାଣ୍ଡରୁ ମେଡିକାଲକୁ ନେଇ ଜଣେ ଅଟୋ ଚାଳକ ନେଇ ଛାଡିଦେଲେ। ଦେଢଶହ ଟଙ୍କା ଦାବି କରି ତାଙ୍କଠାରୁ ନେଇଗଲେ। ବସଷ୍ଟାଣ୍ଡ ଓ ଷ୍ଟେ୍ସନରେ ଅଟୋ ଭଡାକୁ ନେଇ ଭଡା ନିର୍ଣ୍ଣୟ କରନ୍ତୁ ବୋଲି ସେ କହିଛନ୍ତି। ଏନେଇ ଏସଡିପିଓ ମନୋଜ ପୂଜାହାରୀ କହିଛନ୍ତି ଯେ ଭଡା ନିୟନ୍ତ୍ରଣ ସହ ପାକିଂକୁ ନେଇ ଖୁବଶୀଘ୍ର ଏକ ଆଲୋଚନା କରାଯିବ। ସହରରେ ପ୍ରାୟେ ୮୦୦ରୁ ୮୫୦ ଅଟୋ ପଞ୍ଜି କୃତ ହୋଇଥିବା ବେଳେ ଏଥିପ୍ରତି ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/IMG-20221026-WA0038.jpg)