ସମ୍ବଲପୁର କୁଚିଣ୍ଡାରେ ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର, ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ରାସ୍ତାରେ ଆଜି ଅପରାହ୍ନରେ ଏକ ବଡଧରଣର ଦୁର୍ଘଟଣା ଘଟିଛି | ଜାତୀୟ ରାଜପଥ ୪୯ର ତବଲାକଟା ନିକଟରେ ଏକ ତେଲ ଟ୍ୟାଙ୍କର ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ଜଣେ ପୁରୁଷ ଅଛନ୍ତି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଅଟୋରେ ୮ ଜଣ ଥିଲେ। ସମସ୍ତେ କୁଚିଣ୍ଡା ଦିଗରେ ଆସୁଥିଲେ। ‌ତେଲ ଟ୍ୟାଙ୍କର କୁଚିଣ୍ଡାରୁ ଭୋଜପୁର ଦିଗରେ ଯାଉଥିଲା। ଅପରାହ୍‌ଣ ପ୍ରାୟ ୪ଟା ୫୦ରେ ଟ୍ୟାଙ୍କରଟି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥବା ବେଳେ ୫ ଜଣ ଗୁରୁତର ହୋଇଥିଲେ। ତେବେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

ମୃତକଙ୍କ ପରିଚୟ ମିଳିଛି | ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ୨ ଜଣେ ମହିଳା ଅଛନ୍ତି। ମୃତକମାନେ ହେଲେ ଅଟୋ ଚାଳକ ଅତିଶ ନାୟକ (୫୬), ସରସ୍ବତୀ ପିଙ୍ଗ (୩୫) ଓ ତନୁଜା ପାଣିଗ୍ରାହୀ (୫୦)। ଗୁରୁତରମାନଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଛି |

 

 

ସମ୍ବନ୍ଧିତ ଖବର