ନୀଳଗିରି : ହାତୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଥିବା ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଗତକାଲି ଏକ ଦନ୍ତା ପ୍ରାଣ ହରାଇଥିଲା। ଅଭୟାରଣ୍ୟର ଝରଣଘାଟି ରେଞ୍ଜରେ ଦୁଇ ଦନ୍ତାଙ୍କ ଲଢ଼େଇ ଯୋଗୁ ଗୋଟିଏର ମୃତ୍ୟୁ ଘଟିଥିଲା। ବନ ବିଭାଗର ପାଟ୍ରୋଲିଂ ଟିମ୍‌ ମୃତଦେହ ଠାବ କରିଥିଲା। ମୃତ ଦନ୍ତାର ବୟସ ୧୨ରୁ ୧୭ ବର୍ଷ ହୋଇଥିବା ବେଳେ ଦୁଇଟି ଯାକ ଦାନ୍ତ ସୁରକ୍ଷିତ ରହିଥିଲା। ତେବେ ଆଜି ଦନ୍ତାଟିର ଶବ ବ୍ୟବଚ୍ଛେଦ କରାଯିବା ସହ ପୋତିଦିଆଯାଇଛି।

Advertisment

ସେହିପରି ଦାନ୍ତ ଦୁଇଟିକୁ ଉଦ୍ଧାର କରାଯାଇଛି। ଗୋଟିଏ ଦାନ୍ତର ଓଜନ ୯୦୦ ଗ୍ରାମ୍‌ ଓ ଲମ୍ବ ୧ ମିଟର ୭ ଇଞ୍ଚ ଥିବା ବେଳେ ଅନ୍ୟଟିର ଓଜନ ୮୮୦ ଗ୍ରାମ୍‌ ଓ ଲମ୍ବ ୧ ମିଟର ୭ ଇଞ୍ଚ ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ଓ ଦାନ୍ତ ଉଦ୍ଧାର ବେଳେ ଆର୍‌ସିସିଏଫ୍‌ ପ୍ରକାଶ ଗୋଗନାନୀ, ଡିଏଫ୍‌ଓ ଖୁସବନ୍ତ ସିଂ, ରେଞ୍ଜର ଅନନ୍ତ ଜେନା, ଏସିସିଏଫ୍‌ଓ ଶୋଭନ ଚାନ୍ଦଙ୍କ ସହ ଫରେଷ୍ଟର ଓ ସବୁଜବାହିନୀର କର୍ମଚାରୀ ଏବଂ ନୀଳଗିରି ବିଭିଓ, ଖନ୍ତାପଡ଼ା ଓ ଅଯୋଧ୍ୟା ଭିଏଏସ୍‌ ଉପସ୍ଥିତ ଥିଲେ।