ପୁରୀ: ସୋମବାର ଦିନ ଗୋଟାଏ ପରେ ଶ୍ରୀମନ୍ଦିରର ଭୋଗ ମଣ୍ଡପରୁ ଅଭଡ଼ା ଏବଂ ବ୍ୟଞ୍ଜନ ଆଦି ମୁଣ୍ଡାଇ ଆନନ୍ଦ ବଜାରକୁ ଯିବାବେଳେ ଅନନ୍ତ ଶୟନ ନିକଟ ପାହଚରେ ପର୍ଶୁରାମ ବରାଳ ନାମକ ଜଣେ ବୋଝିଆଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ।
ଫଳରେ ତାଙ୍କ ଅଣ୍ଟା, ବେକ ଓ ମେରୁହାଡ଼ରେ ଆଘାତ ପାଇଛନ୍ତି।
ପର୍ଶୁରାମଙ୍କ ଘର କଣ୍ଠପୁର। ବୟସ ପାଖାପାଖି ୩୦ ହେବ। ସେ ମୁଣ୍ଡାଇଥିବା ଭୋଗର ଓଜନ ପ୍ରାୟ ୬୦/୭୦ କିଲୋ ହେବ।
ଅନ୍ୟ ବୋଝିଆ ଭାଇମାନେ ତାଙ୍କୁ ପୁରୀ ସରକାରୀ ଡାକ୍ତଖାନାକୁ ନେଇ ଚିକିତ୍ସା ଆରମ୍ଭ କରାଇଥିଲେ ମଧ୍ୟ ତାଙ୍କର ଦେହ ଅଣ୍ଟାରୁ ତଳକୁ ଚଳୁ ନାହିଁ। ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇସାରିଥିବା ଡାକ୍ତରମାନେ କହୁଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ୍ ନିଆଯିବାର ବ୍ୟବସ୍ଥା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/puri-6.jpg)