ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ ଜଣାଇବା ସହ ମୋଦିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ଏହି ଯୋଜନାରେ ଭୂମିହୀନ, ଭାଗ ଚାଷୀ ଓ ଶ୍ରମିକଙ୍କୁ ସାମିଲ କରାଇବା ପାଇଁ ଦାବି କରିଛନ୍ତି ନବୀନ ।

ସେପଟେ ୧୦୦ପ୍ରତିଶତ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ରାଜ୍ୟରେ ଲାଗୁ ପାଇଁ ସ୍ୱାଗତ। କରିଛନ୍ତି ନବୀନ । ଏହାସହ ଓଡ଼ିଶାରେ ଲାଗୁ ହୋଇଥିବା ‘କାଳିଆ’ ଯୋଜନାକୁ ମଧ୍ୟ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ‘କାଳିଆ’ ଯୋଜନାରେ ୯୨ ପ୍ରତିଶତ ଚାଷୀ, ଭାଗଚାଷୀ ଓ ଭୂମିହୀନ ଚାଷୀ ଯୋଜନାରେ ଉପକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କାଳିଆ ଯୋଜନାର ବିସ୍ତୃତ ବୀବରଣୀ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ନବୀନ। ଅନ୍ୟପକ୍ଷରେ ‘ପିଏମ କିଷାନ’ ଯୋଜନାରେ କାଳିଆ ଯୋଜନାର ସୁବିଧା ସାମିଲ କରାଗଲେ ଆହୁରି ଉନ୍ନତ ଯୋଜନା ହୋଇପାରିବ ବୋଲି ମୋଦିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର