ଭଲ କାମ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର’

ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ନିଶ୍ଚିତ ଲାଗି ଆଉ ପାଦେ
ଡାକ୍ତରଙ୍କୁ ୧୦ଲକ୍ଷ, ଅନ୍ୟ କର୍ମଚାରୀଙ୍କୁ ୫ଲକ୍ଷ
‘୫-ଟି’ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିବ
ଅବସର ଦିନ ବି ପଦୋନ୍ନତି ମିଳିପାରେ
ବିଦେଶ ଭ୍ରମଣ ଓ ପ୍ରଶିକ୍ଷଣ ସୁେଯାଗ ରହିଛି

ଭୁବନେଶ୍ବର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ଅବହେଳା କଲେ, ଯେମିତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେମିତି ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ପୁରସ୍କାର ଭାବେ ଏଣିକି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଦିଆଯିବ। ଆଜି ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏକ ରାଜ୍ୟସ୍ତରୀୟ ଉତ୍ସବରେ ସ୍ବାସ୍ଥ୍ୟ ସେବା େଯାଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ ଜଣ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସରକାର ପୁରସ୍କୃତ କରିବେ। ଡାକ୍ତରଙ୍କ େକ୍ଷତ୍ରରେ ପୁରସ୍କାର ରାଶି ୧୦ଲକ୍ଷ ଟଙ୍କାଏ ଲେଖାଏ ରଖାଯାଇଛି ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଏହି ପରିମାଣ ୫ଲକ୍ଷ ଟଙ୍କା। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ କମିଟି ଏହି ପୁରସ୍କାର ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି।

ରାଜ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ନିଶ୍ଚିତ କରିବା ଲାଗି ସରକାର ୫-ଟି କାର୍ଯ୍ୟକ୍ରମରେ ଏହି ବିଭାଗକୁ ସାମିଲ କରିଥିଲେ। ନିକଟରେ ନିଜେ ୫-ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ୍ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଗଲାବେଳେ ତ୍ରୁଟି ପାଇଁ ଦାୟିତ୍ବରେ ଥିବା ସିଡିଏମ୍ଓଙ୍କୁ ନିଲମ୍ବିତ କରିଥିଲେ। ଏହାକୁ ନେଇ ବିଜେପି େନତା ଓ ଡାକ୍ତର ସଂଗଠନ ପ୍ରତିବାଦ ଜଣାଇଥିଲେ। ଇତିମଧ୍ୟରେ ସଂପୃକ୍ତ ଡାକ୍ତରଙ୍କ ଉପରୁ ନିଲମ୍ବିତ ପ୍ରତ୍ୟାହାର େହାଇଛି। ହେଲେ ୫-ଟି କେବଳ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟ ସେବା େକ୍ଷତ୍ରରେ ଆନ୍ତରିକତା ପ୍ରଦର୍ଶନ କରୁଥିବା ତଥା ଅତ୍ୟନ୍ତ ସମ୍ବେଦନଶୀଳ ଭାବେ େରାଗୀଙ୍କ ଯତ୍ନ େନଉଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ଲାଗି ସରକାର ପଦକ୍ଷେପ େନବେ, ଏକଥା ଆଜି ନିଶ୍ଚିତ କରାଯାଇଛି। ଏହି କ୍ରମରେ ଭଲ କାମ କରୁଥିବା ଡାକ୍ତର, ପାରା େମଡିକାଲ ଷ୍ଟାଫ୍, ଅନ୍ୟ କର୍ମଚାରୀ ଓ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ପୁରସ୍କୃତ କରାଯିବ। ଉତ୍ତମ ସ୍ବାସ୍ଥ୍ୟ ସେବା େଯାଗାଇ ଦେବା ନିମନ୍ତେ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିେଯାଗିତା ସୃଷ୍ଟି କରିବା ଓ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଜାତୀୟସ୍ତରୀୟ ଗୁଣାତ୍ମକ ଅଧିସ୍ବୀକୃତି ହାସଲ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବି ଏହା ସାହାଯ୍ୟ କରିବ େବାଲି ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିିଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍ବାସ୍ଥ୍ୟ ସେବା େକ୍ଷତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ପୁରସ୍କାର ମିଳିବ। ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତୀ ଉଚ୍ଚ ପଦବିକୁ ପଦୋନ୍ନତି ଦିଆଯିବ। ଏଥିପାଇଁ ସେ ସର୍ବନିମ୍ନ ୨୫ ବର୍ଷ ସ୍ଥାୟୀ ଚାକିରି କରିଥିବା ଆବଶ୍ୟକ।

ସେହିଭଳି ଜାତୀୟ ଗୁଣାତ୍ମକ ଅଧିସ୍ବୀକୃତି ମାନ ପ୍ରମାଣପତ୍ର ହାସଲ କରିଥିବା ସ୍ବାସ୍ଥ୍ୟ ସେବା ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ େଗାଟିଏ ମାସର ଦରମା ବୋନସ ଭାବେ ପରବର୍ତୀ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ।

କାୟାକଳ୍ପ ପ୍ରମାଣ ପତ୍ର ପାଇଥିବା ସ୍ବାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତୀ ଆର୍ଥିକ ବର୍ଷରେ ଅଧାମାସର ଦରମା େବାନସ ଭାବେ ଦିଆଯିବ। ଲକ୍ଷ୍ୟ ପ୍ରମାଣ ପତ୍ର ହାସଲ କରିଥିବା ସ୍ବାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ବ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପାଇଁ ପରବର୍ତୀ ଆର୍ଥିକ ବର୍ଷରେ ଅଧାମାସର ଦରମା େବାନସ ଭାବେ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଏକଥା ବି େଘାଷଣା କରିଛନ୍ତି େଯ ସରକାରୀ ଡାକ୍ତରଖାନା ଯାଉଥିବା େରାଗୀମାନଙ୍କର ମତାମତକୁ ଭିତ୍ତି କରି ୫ଟି ସ୍ବାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ। ତା ସହିତ ବର୍ଷସାରା ଭଲ କାମ କରିଥିବା ସ୍ଥାୟୀ େମଡିକାଲ କର୍ମଚାରୀଙ୍କୁ ଏଲଟିସିରେ ବିଦେଶ ଭ୍ରମଣର ସୁଯୋଗ ମିଳିବ। ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ତାମିଲ ନିମନ୍ତେ ବିଦେଶ ପଠାଯିବ। ପ୍ରସବ ଓ ତତସଂକ୍ରାନ୍ତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ବାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ େପ୍ରାତ୍ସାହନ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର