ନୂଆ ହକି ଚାମ୍ପିଅନ୍‌ଙ୍କୁ ‘ସମ୍ବାଦ-ରୁଚି’ ସମ୍ମାନ

ଜାତୀୟ ସ୍ତରରେ ପ୍ରଥମ ଥର ଚାମ୍ପିଅନ୍‌ ହୋଇଥିବା ଓଡ଼ିଶା ମହିଳା ହକି ଦଳକୁ ସ୍ବତନ୍ତ୍ର ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛି ସମ୍ବାଦ ଗ୍ରୁପ୍‌‌, ରୁଚି ଫୁଡ୍‌ଲାଇନ୍ ଏବଂ ଫ୍ରୁଜିଟ୍‌। ଭୁବନେଶ୍ବରର ଏକ ତାରକା ହୋଟେଲ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୧୮ ଜଣିଆ ଓଡ଼ିଶା ମହିଳା ଦଳ ସହ ଏହାର ସ ପୋର୍ଟ ଷ୍ଟାଫ୍‌ଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ହକିର କିଂବଦନ୍ତି ପୁରୁଷ ତଥା ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସଭାପତି ଦିଲୀପ ତିର୍କି, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦେଶିକା ମୋନିକା ନାୟର ପଟ୍ଟନାୟକ, ରୁଚି ଗ୍ରୁପ୍‌ ମୁଖ୍ୟ ଶରତ କୁମାର ସାହୁ, କ୍ରୀଡ଼ା ଓ ଯୁବସେବା ବିଭାଗର ପୂର୍ବତନ ସହକାରୀ କ୍ରୀଡ଼ା ନିର୍ଦେଶକ ଅଶୋକ କୁମାର ମହାନ୍ତି, ଫ୍ରୁଜିଟର ନିର୍ଦେଶିକା ରଶ୍ମି ସାହୁ, ରୁଚିର ଅନ୍ୟତମ ଅଧିକାରୀ ସଂଗୀତା ସାହୁ, ସାଲିନା ସାହୁ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ଆକାଶ ବାଇଜୁସ୍‌ ନିର୍ଦ୍ଦେଶକ ଅଜୟ ବାହାଦୂର ସିଂହ, ଜାଭିଏର କଲେଜ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ୍‌ର ପ୍ରତିଷ୍ଠାତା ଦିଲୀପ ମହାରଣା, ‌କେୟାର୍‌ ହସ୍ପିଟାଲ୍‌ କର୍ପୋରେଟ୍‌ କମ୍ୟୁନିକେସନ୍ସ ଜିଏମ୍‌ ଲୋକନାଥ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର