ସୁନ୍ଦରଗଡ଼ର ୫ ପୁଲିସ କର୍ମଚାରୀଙ୍କୁ ସମ୍ମାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ୫ ପୁଲିସ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମାନ ମିଳିଛି। କୁତ୍ରା ଥାନା ଅଧିକାରୀ ସୁଶାନ୍ତ ପରିଡ଼ା, ତଳସରା ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି, କନଷ୍ଟେବଳ ମନୋଜ କୁମାର ତ୍ରିପାଠୀଙ୍କୁ ଡିଜିପି ଡିକ୍ସ ସମ୍ମାନ ତଥା ଟାଉନଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ଓ ହାବିଲଦାର ପ୍ରଦୀପ କୁମାର ନାୟକଙ୍କୁ ୨୦୨୦ ବର୍ଷ ପାଇଁ ଡିଜିପି କମାଣ୍ଡେସନ୍‌ ସମ୍ମାନ ଦିଆଯାଇଛି। ଏସପି ସାଗରିକା ନାଥ ସମ୍ମାନିତ ପୁଲିସ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗକୁ ଆହୁରି ଦକ୍ଷ ଓ ଦୃଢ଼ତାର ସହ ନିଜ ଦାୟିତ୍ବ ନିର୍ବାହ କରିବେ ବୋଲି ଆଶା କରିଛନ୍ତି। ଅନ୍ୟ ପୁଲିସ କର୍ମଚାରୀ ଏଥିରୁ ପ୍ରେରଣା ପାଇ ନିଷ୍ଠାପର ସେବା ଯୋଗାଇବାକୁ ସେ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର