ରାଜ୍ୟସ୍ତରରେ ଜିଲ୍ଲାର ୨ ଫରେଷ୍ଟ ଗାର୍ଡ ପୁରସ୍କୃତ

ଦେବଗଡ଼: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସମେତ ବନାଗ୍ନି ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦେବଗଡ଼ ବନଖଣ୍ଡର ୨ ଜଣ ଫରେଷ୍ଟ ଗାର୍ଡଙ୍କୁ ‘ୱାର୍ଲ୍ଡ ଫରେଷ୍ଟ୍ରୀ ଆୱାର୍ଡ -୨୦୨୩’ ପ୍ରଦାନ କରାଯାଇଛି। ଏନେଇ ମଙ୍ଗଳବାର ଭୁବେନଶ୍ବର ସ୍ଥିତ ଜୟଦେବ ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଦେବଗଡ଼ ବନାଞ୍ଚଳ ତିଲେଇବଣି ବିଟ୍‌ର ଫରେଷ୍ଟଗାର୍ଡ ଭୋଳେଶ୍ୱର ସାହୁ ଓ ରିଆମାଳ ବନାଞ୍ଚଳ ସିମଲୋଇ ବିଟ୍‌ର ଫରେଷ୍ଟଗାର୍ଡ ଯଶୋବନ୍ତ ଦାଶଙ୍କୁ ମନ୍ତ୍ରୀ ଶ୍ରୀ ଅମାତ, ପିସିସିଏଫ୍ ଓମ୍‌ପ୍ରକାଶ ସିଂ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ସେମାନଙ୍କୁ ମଧ୍ୟ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ସମେତ ମାନପତ୍ର ଏବଂ ପଦକ ପ୍ରଦାନ କରିଥିଲେ। ସେମାନଙ୍କର ସଫଳତା ନିମନ୍ତେ ଦେବଗଡ଼ ବନ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର