ଜନଗଣନାରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ

ବୀରମହାରାଜପୁର : ୨୦୧୧ ମସିହାରେ ଅନୁଷ୍ଠିତ ଜନଗଣନାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରୁ ୨ଜଣ ସୁପରଭାଇଜର ଏବଂ ୧୭ ଜଣ ଏନୁମେରେଟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋଭିଡ୍‌ କଟକଣାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗଦେଇଥିଲେ। ଭାରତ ସରକାରଙ୍କ ଗୃହ ବିଭାଗ ଏବଂ ଜନଗଣନା ଆୟୁକ୍ତଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଏବଂ ରୌପ୍ୟ ଓ ବ୍ରୋଞ୍ଜ ପଦକ ଦେଇ ଏହି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ପୁରସ୍କାର ଯୋଗ୍ୟ ଶିକ୍ଷକମାନଙ୍କ ମଧ୍ୟରୁ ଧବଳେଶ୍ୱର ଅମାତ ଓ ପ୍ରଭାକର ମେହେରଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଛି। ବୀରମହାରାଜପୁର ବ୍ଲକ୍‌ରୁ ୩ଜଣ ସମ୍ମାନିତ ହୋଇଛନ୍ତି। ମେଘନାଦ ଭୋଇ ଓ ଆଶୁତୋଷ ପଣ୍ଡାଙ୍କୁ ବ୍ରୋଞ୍ଜ ପଦକରେ ସମ୍ମାନିତ ଏବଂ ସିଲଭର୍ ପଦକରେ ପ୍ରଭାକର ମେହେରଙ୍କୁ ସମ୍ମାନିତ କରାଯାଇଛି। ମୁର୍ଷୁଣ୍ଢୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ଧବଳେଶ୍ୱର ଅମାତ ମଧ୍ୟ ବୀରମହାରାଜପୁର ବ୍ଲକ୍‌ ଅଞ୍ଚଳର। ସମ୍ମାନିତ ଶିକ୍ଷକଙ୍କୁ ବୀରମହାରାଜପୁର ମିଳିତ ଶିକ୍ଷକ ସଂଘର ସଭାପତି ଯୁଗଳ କିଶୋର ମିଶ୍ର ଅଭିନନ୍ଦନ ଜଣାଇଛନ୍ତି। ସଭା ପରିଚାଳନାରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଜନଗଣନା ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର