ଭୁବନେଶ୍ବର: ଜର୍ମାନିର ପ୍ରମୁଖ ଶିକ୍ଷାନୁଷ୍ଠାନ କେଲ୍ ବିଶ୍ବବିଦ୍ୟାଳୟ ତରଫରୁ ଓଡ଼ିଆ ଝିଅ ଅମ୍ରିତା ଦାସଙ୍କୁ ତାଙ୍କର ବହୁମୁଖୀ ସ୍ବତନ୍ତ୍ର ପ୍ରତିଭା ପାଇଁ ବିଶିଷ୍ଟ ବିଦେଶୀ ଛାତ୍ରୀ ଭାବେ ସମ୍ମାନୀତ କରାଯାଇଛି। ଏ ସମ୍ପର୍କରେ ଜର୍ମାନିର ସ୍ଥାନୀୟ ସମ୍ବାଦପତ୍ର କିଲର ନାଚରିଚେନରେ ଗତକାଲି ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ସହ ଏହି ଭାରତୀୟ ଝିଅ ଅମ୍ରିତାଙ୍କ ଭୂଁୟସୀ ପ୍ରଶଂସା କରାଯାଇଛି। ସାଧାରଣତଃ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଉଚ୍ଚକୋଟିର ପାରଦର୍ଶିତା ତଥା ନୂତନ ଚିନ୍ତାଧାରା ପାଇଁ ପ୍ରତିବର୍ଷ ଜଣେ ଛାତ୍ର ବା ଛାତ୍ରୀଙ୍କୁ ଏକ ପ୍ରଶଂସାପତ୍ର ସହ ଆର୍ଥିକ ପ୍ରୋତ୍ସାହନ ଦିଆ ଯାଇଥାଏ। ୧୯୨୫ ମସିହାଠାରୁ ଏହି ପୁରସ୍କାର ଦିଆଯାଇ ଆସୁଛି। ଚଳିତ ବର୍ଷ ଅମ୍ରିତାଙ୍କୁ ଏକ ପ୍ରଶଂସାପତ୍ର ସହ ଏକ ହଜାର ୟୁରୋ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ଏହି ପୁରସ୍କାର ଅର୍ଥର ଅଧା ଅଂଶ ସେ ଗରିବ ପିଲାମାନଙ୍କ ପାଠପଢ଼ାରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି। ଭାରତୀୟ ସଂସ୍କୃତି ଓ କଳାର ପ୍ରଚାର ପ୍ରସାର କ୍ଷେତ୍ରରେ ସେ ଜର୍ମାନିରେ କିଛି କାମ କରିଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଅମ୍ରିତା ଖୋର୍ଧା ଜିଲ୍ଲା କାଳୁପଡ଼ାଘାଟର ସୂର୍ଯ୍ୟନାରାୟଣ ଦାସ ଓ ପ୍ରଭାତ ନଳିନୀ କାନୁନ୍ଗୋଙ୍କ କନ୍ୟା।
ଜର୍ମାନିରେ ଓଡ଼ିଆ ଝିଅ ଅମ୍ରିତା ପୁରସ୍କୃତ
/sambad/media/post_attachments/wp-content/uploads/2018/12/Untitled-3-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)