ଜୟପୁର: ଜିଲ୍ଲା ଆଇନ୍ ସେବାପ୍ରାଧିକରଣ ଜୟପୁର ଆନୁକୂଲ୍ୟରେ ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଇରିଗେସନ କୋଲନୀ ଠା‌ରେ ପକ୍ସୋ ଅଧିନିୟମକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହେଇଥିଲା।  ଏଥିରେ ମୂଖ୍ୟ ଅତିଥି ଭାବେ ଲୋକଅଦାଲତ ବିଚାରପତି ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୁମନ ଜେନା  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ରାଜଶ୍ରୀ ଦାସ,  ସ୍ବତନ୍ତ୍ର ପିପି ଡଃ ଭି.ଗାୟତ୍ରୀ ଦେବୀ, ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର  ସଭାପତି ହରିହର ସାହୁ, ସମ୍ପାଦକ  ଚନ୍ଦ୍ରଶେଖର ମହାପାତ୍ର, ପ୍ରଧାନ ଶିକ୍ଷକ  ନିରଞ୍ଜନ ନାୟକ ପ୍ରମୁଖ ଭାଗ ନେଇଥିଲେ।

Advertisment

ପକ୍ସୋ ଅଧିନିୟମରେ ଯାଉଥିବା ନାବାଳିକା ଦୁଷ୍କର୍ମ, ଅଶ୍ମିଳ ଇଙ୍ଗିତ , ଅସଦ ଭାଷା, ବ୍ୟବହାର, ଶିଶୁ ଯୌନନିର୍ଯ୍ୟାତନା ଆଦିକୁ ନେଇ ପକ୍ସୋ ଅଧିନିୟମରେ କଣ କଣ ନିୟମ ରହିଛି, କିଭଳି ପଦକ୍ଷେପ ନିଆଯିବ, ଆଇନସେବା ପ୍ରାଧିକରଣ କିଭଳି ସହଯୋଗ କରିବ, ପୁଲିସର ଭୁମିକା କିଭଳି ରହିବ ପିଡ଼ୀତାଙ୍କୁ ସରକାରଙ୍କ ପକ୍ଷରୁ କିଭଳି ସହଯୋଗ ଦିଆଯିବ, ଅଭିଯୁକ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ, ଦଣ୍ଡବିଧାନ ଆଦି ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଛାତ୍ରୀ ମାନେ ଏଭଳି କିଛି ଘଟଣା ଘଟିଲେ କିମ୍ବା ସମ୍ମୁଖୀନ ହେଲେ ତୁରନ୍ତ ଭୟ ପ୍ରକାଶ ନ କରି ନିଜ ଅଭିଭାବକ କିମ୍ବା ପରିବାରବର୍ଗକୁ ଜଣାଇବା ସହ ଆଇନଗତ ସହାୟତା ଓ ପରାମର୍ଶ  ପ୍ରାଧିକରଣ ପକ୍ଷରୁ ମାଗଣାରେ ନେଇପାରିବେ। ପୁଲିସ ଥାନା ଗୁଡିକରେ ଏଭଳି ମାମଲା ପାଇଁ ସ୍ବତନ୍ତ୍ର କୋଠରୀରେ ସ୍ବତନ୍ତ୍ର ମହିଳା ଅଧିକାରୀ ମାନେ ସହଯୋଗ କରିବା ପାଇଁ ସରକାର ନିଯୁକ୍ତି ଦେଇଥିବା ସୂଚନା ଦେଇଥିଲେ।