ଭୁବନେଶ୍ବର : ପରିବେଶ ଉପରେ ପ୍ଲାଷ୍ଟିକ ସାମଗ୍ରୀର କୁପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ୱାଲଟିୟର ଡିଭିଜନର ସ୍କାଉଟ୍ସ ଏବଂ ଗାଇଡ୍ସ ଟିମ୍ ପକ୍ଷରୁ ହଜାର ହଜାର ସ୍କୁଲ ପିଲାଙ୍କୁ ନେଇ ଏକ ବିଶାଳ ମାନବ ଶୃଙ୍ଖଳ ତଥା ରାଲି ଆଜି ବିଶାଖାପାଟଣାଠାରେ ଅନୁଷ୍ଠିତ ହୋଇଯାଇଛି। କମ୍ ପ୍ରଦୂଷିତ ଭବିଷ୍ୟତ ଦିଗରେ ଏହା ଏକ ପଦକ୍ଷେପ। ଏହି କାର୍ଯ୍ୟକ୍ରମକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏଥିରେ ଭାଗ ନେଇଥିବା ସ୍କୁଲ ପିଲା ଓ ଆୟୋଜକମାନଙ୍କୁ ୱାଲଟିୟର ଡିଭିଜନର କର୍ତ୍ତୃପକ୍ଷ ପ୍ରଶଂସା କରିଛନ୍ତି।
ପରିବେଶ ଉପରେ ପ୍ଲାଷ୍ଟିକର କୁପ୍ରଭାବ ପାଇଁ ସଚେତନତା କାର୍ଯ୍ୟକ୍ରମ
ୱାଲଟିୟର ଡିଭିଜନ ସ୍କାଉଟ୍ସ ଏବଂ ଗାଇଡ୍ସ ଟିମ୍ ପକ୍ଷରୁ ମାନବ ଶୃଙ୍ଖଳ
/sambad/media/post_attachments/wp-content/uploads/2022/08/sc-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)