ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ, ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବିଶ୍ୱ ତାପମାତ୍ରା ବଢ଼ିବା ଏବଂ ବିଗତ ୫ ବର୍ଷ (୨୦୧୪-୨୦୧୮) ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ପରିଗଣିତ ହେବା ପରିପ୍ରେକ୍ଷୀରେ ରାଜ୍ୟ ପ୍ରଶାସନ ଚଳିତ ବର୍ଷ ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ଜୋରଦାର କରିଛି। ଏଥି ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ୨୦୧୯ ବର୍ଷ ପାଇଁ ଗ୍ରୀଷ୍ମ-ପ୍ରବାହ କାର୍ଯ୍ୟ ଯୋଜନା ଏବଂ ତତ୍‌ ସମ୍ବନ୍ଧିତ ଆନ୍ତଃ-ବିଭାଗୀୟ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିଗତ ବର୍ଷର ଅନୁଭୂତି ଦୃଷ୍ଟିରୁ ସହାୟକ-ବ୍ୟବସ୍ଥାକୁ ଦୃଢ଼ିଭୂତ, ଦକ୍ଷତା ସଂପନ୍ନ ଏବଂ ସଜାଗ ରଖିବାକୁ ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ଗ୍ରଷ୍ମ-ପ୍ରବାହର ମୁକାବିଲା ପାଇଁ ବୈଠକରେ ଅନେକ ନିଷ୍ପତ୍ତିମାନ ନିଆଯାଇଥିଲା। ବୈଠକରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର