ସଚିବାଳୟରେ ଇଭିଏମ ଓ ଭିଭିପାଟର କାର୍ଯ୍ୟକାରିତା ପାଇଁ ସଚେତନତା ଶିବିର

ଭୁବନେଶ୍ୱର: ସଚିବାଳୟରେ ଇଭିଏମ ଓ ଭିଭିପାଟର କାର୍ଯ୍ୟକାରିତା ନେଇ ସଚେତନତା ଶିବିର କରାଯିବା। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସଚେତନ କରାଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧୀକାରଙ୍କୁ ନେଇ ମକପୋଲ କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଥମ ମକ ଭୋଟ ଦେଇଛନ୍ତି । ଓଡିଶାରେ କିଭଳି ଚାଲିଛି ନିର୍ବାଚନ ପ୍ରସ୍ତୁତି ସେ ନେଇ ଆଲୋଚନା କରିବା ପାଇଁ ଆସନ୍ତା ୧୪ ରେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଓଡିଶାଗସ୍ତରେ ଆସିବେ ।

ସୂଚନାଯୋଗ୍ୟ, ୫୧ ହଜାର ଗାଁରେ ୩୧ ଲକ୍ଷ ଲୋକଙ୍କୁ ମକ ପୋଲ କରାଯାଇଛି । ୮୦୦ଟି ସଚେତନ ଗାଡି ବୁଲୁଥିବା ମୁଖ୍ୟ ନିର୍ବାଚନନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି । ଇଭିଏମ ସଂପୂର୍ଣ୍ଣ ବିଶ୍ୱସନୀୟ ବୋଲି ସିଇଓ କହିଛନ୍ତି । ଗତ କିଛି ଦିନ ପୂର୍ବରୁ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ଭୋଟର ଭାଇଭଉଣୀମାନଙ୍କ ସୁବିଧା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ‘ଭୋଟର ସହାୟତା କେନ୍ଦ୍ର’ ଖୋଲିଥିଲା। ସହାୟତା କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ନାମ, କ୍ରମିକ ସଂଖ୍ୟା ଏବଂ କେଉଁ ବୁଥ ସେମାନେ ଭୋଟ୍‌ ଦେଇପାରିବେ ସେନେଇ ସବିଶେଷ ତଥ୍ୟ ଜାଣିପାରିବେ ।

ସମ୍ବନ୍ଧିତ ଖବର