ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସଚେତନତା କର୍ମଶାଳା : ‘ମାଓ ପ୍ରଭାବିତ ଅଞ୍ଚଳରେ ସାଂସ୍କୃତିକ କ‌ାର୍ଯ୍ୟକ୍ରମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି’

ଭୁବନେଶ୍ବର : ମାଓ ପ୍ରଭାବିତ ଅଂଚଳରେ ହିଂସାତ୍ମକ ଭାବନାଶୈଳୀର ପରିବର୍ତନ ସହ ଯୁବ ସମାଜକୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ବରଠାରେ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କଳାକାରମାନଙ୍କ ପାଇଁ ଆୟୋଜିତ ଦିନିକିଆ ସଚେତନତା କର୍ମଶାଳାରେ ଯୋଗଦେଇ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି।

ପୂର୍ବାଞ୍ଚଳ ପତ୍ର ସୂଚନା କାର୍ଯ୍ୟାଳୟ ମହାନିେର୍ଦ୍ଦଶକ ରବୀନ୍ଦ୍ରନାଥ ମିଶ୍ର କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ, ଲୋକକଳା ଜରିଆରେ ସଚେତନତା ସୃଷ୍ଟି ଏକ ବଳିଷ୍ଠ ମାଧ୍ୟମ। ମାଓ ପ୍ରବଣ ଅଂଚଳରେ କେବଳ ସଚେତନତା ଯୋଗୁ ହିଂସାକାଣ୍ତ ହ୍ରାସ ପାଇବା ସହ ଅନେକ ଯୁବକଯୁବତୀ ସମାଜର ମୁଖ୍ୟଧାରାରେ ସାମିଲ ହେଉଛନ୍ତି। ଦେଶର ୧୦୬ଟି ଜିଲ୍ଲା ମାଓ ପ୍ରବଣ ଭାବେ ଚିହ୍ନଟ କରାଯାଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୯ ରହିଛି। ତେବେ ସରକାରଙ୍କ ବହୁବିଧ କଲ୍ୟାଣକାରୀ ଯୋଜନା ଓ ଏ ସମ୍ପର୍କରେ ଜନସାଧାରଣଙ୍କ ସଚେତନତା ସେମାନଙ୍କୁ ହିଂସାକାଣ୍ତରୁ ବିରତ କରାଇ ଦେଶ ଗଠନମୂଳକ କାର୍ଯ୍ୟରେ ବ୍ରତୀ କରାଇଛି ବୋଲି ସେ କହିଥିଲେ।

ଏଥିରେ ଯୋଗଦେଇ ସୀମା ସୁରକ୍ଷା ବଳର ଡିଆଇଜି ଅସୀତାଭ ମହାନ୍ତି କୋରାପୁଟ, ମାଲକାନଗିରି, ନବରଂଗପୁର ଜିଲ୍ଲାରେ ବିଏସଏଫ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ପାଇଁ କଳାକାର ଓ ଶିଳ୍ପୀମାନଙ୍କୁ ନିରାପତ୍ତା ଦୃଷ୍ଟିରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଥିଲେ। ରାଜ୍ୟ ଗୁଇନ୍ଦା ବିଭାଗ ଡିଆଇଜି ଅନିରୁଦ୍ଧ ସିଂ କହିଥିଲେ ଯେ, ମନୋରଂଜନ ମାଧ୍ୟମରେ ରାଜ୍ୟର ଅଗମ୍ୟ ଅଂଚଳରେ ସଚେତନତା ସୃଷ୍ଟି କରାଗଲେ ଏହା ସେ ଅଂଚଳର ବିକାଶମୂଳକ କାର୍ଯ୍ୟରେ ବିଶେଷ ସହାୟକ ହେବ। ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ନିେର୍ଦ୍ଦଶକ ଅଖିଳ କୁମାର ମିଶ୍ର ଲୋକକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଇବା କାର୍ଯ୍ୟରେ ନିଯୁକ୍ତ କଳାକାରମାନଙ୍କ ସହ ଭାବବିନିମୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉେଦ୍ଦଶ୍ୟ ବୋଲି କହିଥିଲେ।

ବିଏସଏଫର ସହକାରୀ କମାଣ୍ଡାଣ୍ଟ ନବୀନ ଦହିୟା ଓ ଆଂଚଳିକ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଉପନିେର୍ଦ୍ଦଶକ ଗୋପାଳକୃଷ୍ଣ ମହାପାତ୍ର ମଧ୍ୟ ଉଦ୍‌ବୋଧନ ଦେଇଥିଲେ। କର୍ମଶାଳା ଅବସରରେ ବିଶିଷ୍ଟ ଘୋଡାନାଚ ଶିଳ୍ପୀ ତଥା ଚଳିତ ବର୍ଷର ପଦ୍ମଶ୍ରୀ ବିଜେତା ଉତ୍ସବ ଚରଣ ଦାସଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର