ରାଇରଙ୍ଗପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଡିସେମ୍ବର ମାସ ୧୦ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୦୨୩ -୨୪ ବର୍ଷ ଖରିପ ଋତୁ ପାଇଁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଏଥି ନିମନ୍ତେ ବାମନଘାଟୀ ଉପଖଣ୍ଡର ସମସ୍ତ ଚାଷୀଙ୍କ ନିମନ୍ତେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କୃଷକ ସଚେତନତା ରଥକୁ ଉପଜିଲ୍ଲାପାଳ ସରୋଜ କୁମାର ଦାଶ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ କି ଉକ୍ତ ରଥର ପରିକ୍ରମାର ମୁଖ୍ୟ ଉଦେଶ୍ୟ ହେଉଛି ଜଣେ ଚାଷୀ ମଣ୍ଡିକୁ ତାଙ୍କର ଧାନ ବିକ୍ରୟ ପାଇଁ ଆସିବା ପୂର୍ବରୁ ଏହା ଜାଣିବା ନିତ୍ୟାନ୍ତ ଜରୁରୀ କି ବିକ୍ରି ପାଇଁ ଉଦିଷ୍ଟ ଧାନ ର ମାନ କିପରି ହେବା ଉଚିତ ଏବଂ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ତାଙ୍କୁ କ'ଣ କ'ଣ ନିୟମ ଅନୁସରଣ କରିବା ପାଇଁ ପଡ଼ିବ। ଉକ୍ତ ରଥ ଉପଖଣ୍ଡର ସମସ୍ତ ଗ୍ରାମ ପଂଚାୟତକୁ ପରିକ୍ରମାରେ ଯାଇ ଖରିଫ ଋତୁରେ ଧାନ ବିକ୍ରୟ ସମ୍ଭନ୍ଧରେ ଚାଷୀଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସଚେତନତା ବାର୍ତ୍ତା ପହଞ୍ଚାଇବ ଯାହା ଦ୍ଵାରା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିକୁ ଆସି କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ଅମଳ କରିଥିବା ଧାନକୁ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ନିକଟସ୍ଥ ଲ୍ୟାମ୍ପ କିମ୍ବା ମଣ୍ଡି ମାଧ୍ୟମରେ ଗୁଣାତ୍ମକ ଏଫ୍ ଏ କ୍ୟୁ ମାନର ଧାନକୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମରେ ବ୍ୟବସ୍ଥିତ ଢଙ୍ଗରେ ବିକ୍ରୟ କରି ଧାନର ସହାୟକ ମୂଲ୍ୟ ବ୍ୟାଙ୍କ ଖାତା ଜରିଆରେ ପାଇ ପାରିବେ।
ପ୍ରକାଶ ଥାଉକି ସରକାରଙ୍କ ତରଫରୁ ଚଳିତ ବର୍ଷ ସାଧାରଣ ବର୍ଗ ଧାନ କୁଇଣ୍ଟାଲ ପ୍ରତି ଦର ଟ.୨୧୮୩/-ଙ୍କା ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଏ.ଆର.ସି.ଏସ ସୀମା ମୁର୍ମୁ, ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମନୋରଞ୍ଜନ ବେହେରା, କୋଷାଧ୍ୟ୍ୟକ୍ଷ ଦିନେଶ କୁମାର ବେହେରା ତଥା ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/IMG-20231204-WA0431.jpg)