କଣ୍ଟାମାଳ : କଣ୍ଟାମାଳ ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତର ମୋଟ୍ ୨୯ଜଣ ହିତାଧିକାରୀ ଗତ ୨୦୧୯- ୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ସହିତ ଅଗ୍ରୀମ ସ୍ୱରୂପ ୨୦ହଜାର ଟଙ୍କା ଲେଖାଏଁ ପାଇଥିଲେ। ସେହି ଅଗ୍ରୀମ ୨୦ହଜାର ଟଙ୍କାରେ ଘର ତିଆରି କାମ ଆରମ୍ଭ କରିଥିଲେ। ନିଜର ଅକ୍ଲାନ୍ତ ପରିଶ୍ରମ କରି ନିଜର ସୁନା ରୂପା ବନ୍ଧକ ଦେଇ କିଛି ଲୋକ ଲିନ୍ଟଲ ପର୍ଯ୍ୟନ୍ତ ତ କେହି କେହି ଛାତ ପର୍ଯ୍ୟନ୍ତ କରିଛନ୍ତି। ପରବର୍ତ୍ତୀ କିସ୍ତି ପାଇଁ ବାରମ୍ବାର ବ୍ଲକ୍ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ପାଇ ନ ଥିଲେ। ଫଳରେ ଗୁରୁବାର ଦିନ ଅଞ୍ଚଳର ସମାଜସେବୀ ଡମ୍ବରୁ କଁଅର ଓ ରବି ସାହୁଙ୍କ ମିଳିତ ସହଯୋଗରେ ସମସ୍ତ ହିତାଧିକାରୀ ଆସି ବ୍ଲକ୍ ଅଫିସ୍ ପରିସରରେ ଅନଶନ କରିଥିଲେ। ଖବର ପାଇ ବିଡିଓ କଳାକୃଷ୍ଣ ପ୍ରଧାନ ସମସ୍ତ ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲା ପରେ ଅନଶନ ଭଙ୍ଗ କରିଥିଲେ। ହିତାଧିକାରୀ ହରେକୃଷ୍ଣ ସାହୁ, ଉତ୍ତର ସୁଲି, ଅଗସ୍ତି ସେଲମା, ରଜିନ୍ଦ୍ର ସାହୁ, ବନବାସୀ ନାଗ, ଅକ୍ରୁର ବାରିକ, ଦୂତୀଆ ନାୟକ, ଉପେନ୍ଦ୍ର ବଡମାଲି ଓ ଅରୁଣ ବାଘ ପ୍ରମୁଖ ଅନଶନରେ ବସିଥିଲେ।
ଆବାସ ଗୃହର ମିଳୁନି ପ୍ରାପ୍ୟ, ଅନଶନରେ ହିତାଧିକାରୀ
/sambad/media/post_attachments/wp-content/uploads/2021/11/e0a43d83-bc26-4236-8171-7a3f27b78757.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)