ବିନିକା : ବିନିକା ବ୍ଲକ୍ରେ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ବିନିକା ଓ ଡ଼ୁଙ୍ଗୁରିପାଲି ଥାନାରେ ପୃଥକ ଭାବେ ମାମଲା ରୁଜୁ ହୋଇଛି। ପୁଲିସ ୧୨ ଜଣ ଅଯୋଗ୍ୟ ହିତାଧିକାରୀ ଓ ୫ଜଣ ସରକାରୀ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି।
ଡୁଙ୍ଗୁରିପାଲି ଥାନାରେ ଯୁଲୁଣ୍ଡା ପଞ୍ଚାୟତ ଜିଆର୍ଏସ୍ ଅନିଲ କୁମାର ସାହୁ, ଅଯୋଗ୍ୟ ହିତାଧିକାରୀ ଯୁଲୁଣ୍ଡା ଗ୍ରାମର ଚିତ୍ର ଦନ୍ତା, ବିଲେଇବାହାଲି ଗ୍ରାମର ଦୌଲତ ବାଗ, ରତନ ନାଗ, କାଲସେପାଲି ଗ୍ରାମର ସାବିତ୍ରୀ ପାଣ୍ଡେ, ତାଙ୍କ ପୁଅ ଦେବରାଜ ପାଣ୍ଡେଙ୍କ ନାମରେ କେସ ନମ୍ବର ୪୮ ରୁ ୫୨/ ୧୩-୩ ତାରିଖରେ ୫ ଗୋଟି ମାମାଲା ରୁଜୁ ହୋଇଛି। ସେହିପରି ବିନିକା ଥାନା ଭଣ୍ଡାର ଗ୍ରାପ ପିଇଓ ରମାକାନ୍ତ ନାଏକ, ଜିଆରଏସ୍ ଭଣ୍ଡାର ନିରୋଜ, ନଳିନୀ ନାଏକ, ବାଉଁଶୁଣି ଗ୍ରାପ ଜିଆରଏସ୍ ଅନିଲ କୁମାର ସାହୁ, ଓ ବିନିକା ବ୍ଲକ୍ ଜେଏପ୍ଟିଏ ତଥା ଟେକ୍ ଅଫିସର ସିଂଘିଯୁବା ଗ୍ରାପ ଶିବସୁନ୍ଦର ଗୁଇୟା, ଅଯୋଗ୍ୟ ହିତାଧିକାରୀ କଦଳୀପାଲି ଗ୍ରାମର କାର୍ତ୍ତିକ କୁମ୍ଭାର, ଭଣ୍ଡାର ଗ୍ରାମର ଅଜାମିଳ ବାରିକ, ବାଉଁଶୁଣି ଗ୍ରାମର ପ୍ରଦୀପ ମହଲା, କମିରା ଗ୍ରାମର ଲୋକନାଥ ପଧାନ (ପୁଅ), ଗୁହାଲୁ ପଧାନ (ବାପା) କୃଷ୍ଣ ପଧାନ, କଣ୍ଟିଆଁ ପଧାନ ନାମରେ ୭ ଟି ମାମଲା ରୁଜୁ ହୋଇଛି।
ପଞ୍ଚାୟତିରାଜ ବିଭାଗ ଉପସଚିବ କୁଳମଣି ମିଶ୍ରଙ୍କ ଚିଠି ନଂ ୧୯୧୭/ତା ୧୩-୧-୨୦ ରିଖ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାପାଳ ମନିଷା ବାନାର୍ଜୀ ଏହି ଘଟଣାରେ ବିନିକା ବିଡିଓ ବିଶ୍ବରଞ୍ଜନ ମଲ୍ଲିକଙ୍କ ନାମରେ ଡ୍ରାଫ୍ଟଚାର୍ଜ କରିଛନ୍ତି। ବିଡିଓ ବିଶ୍ବରଞ୍ଜନ ମଲ୍ଲିକଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି।