ଆୟୁର୍ବେଦିକ ଡାକ୍ତର ସଂଘର ଦାବି ଅବସର ବୟସ ୬୫କୁ ବୃଦ୍ଧି କରାଯାଉ

ଭୁବନେଶ୍ୱର : ରାଜ୍ୟ ସରକାର ନିକଟରେ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଅବସର ବୟସ ସୀମାକୁ ୬୨ରୁ ୬୫ବର୍ଷକୁ ବୃଦ୍ଧି କରିଛନ୍ତି। ମାତ୍ର ଏଥିରେ ଆୟୁଷ ଡାକ୍ତରଙ୍କୁ ବିଚାରକୁ ନେଇ ନାହାନ୍ତି ରାଜ୍ୟ ସରକାର। ତେଣୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଭଳି ଆୟୁଷ ଡାକ୍ତରଙ୍କ ଅବସର ବୟସ ସୀମା ୬୫କୁ ବୃଦ୍ଧି କରିବା ଲାଗି ଦାବି କରିଛି ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ। ସଂଘ ଏ ନେଇ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସଂଘର ସାଧାରଣ ସଂପାଦକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, କୋଭିଡ ପରିଚାଳନା ଅନୁସାରେ କୋଭିଡ କେୟାର ସେଣ୍ଟର ଗୁଡ଼ିକରେ ଆୟୁଷ ଡାକ୍ତରମାନଙ୍କ ଦ୍ବାରା ପରିଚାଳିତ ହେଉଛି। ନିଜ ଜୀବନକୁ ବାଜି ଲଗାଇ ଗଞ୍ଜାମ ଜିଲ୍ଲାରେ ୩ଶହ ଆୟୁଷ ଡାକ୍ତର ସେବା ପ୍ରଦାନ କରୁଛି। ମାତ୍ର ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଏ ପରିସ୍ଥିତିରେ ସଂଘ ୫ଟି ଦାବି ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରମାନଙ୍କ କ୍ୟାଡର ପୁନର୍ଗଠନ କରାଯାଉ। ଆୟୁଷ ଡାକ୍ତରଙ୍କ ମୂଳ ପଦବିକୁ କନିଷ୍ଠ ପ୍ରଥମ ଶ୍ରେଣୀ ପ୍ରଦାନ କରାଯାଉ। ଅବସର ବୟସ ସୀମାକୁ ୬୫ବର୍ଷକୁ ବୃଦ୍ଧି, ଅନ୍ୟ ଡାକ୍ତରଙ୍କ ପରି ସମାନ ଦରମା ଓ ଉତ୍ତା ପ୍ରଦାନ କରିବା, ରାଜ୍ୟର ୨୦୦୪ ମସିହାଠାରୁ କାର୍ଯ୍ୟ କରୁଥିବା ଆୟୁର୍ବେଦିକ ଡାକ୍ତରମାନଙ୍କୁ ସ୍ଥାୟୀ କରାଯାଉ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର