‘ଆୟୁଷ୍ମାନ’ ଚାପ ବଢ଼ିଲା, ନବୀନଙ୍କ ସହ କଥା ହେଲେ ଡ.ହର୍ଷବର୍ଧନ

ଭୁବନେଶ୍ୱର : ଓଡ଼ିଶାରେ ‘ଆୟୁଷ୍ମାନ’ ଯୋଜନା କାର୍ଯ୍ୟକାରୀ କରାଯିବା ପ୍ରସଙ୍ଗକୁ ନେଇ େକନ୍ଦ୍ର ସରକାର ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ଗତକାଲି େକନ୍ଦ୍ରୀୟ ପ୍ରତିନିଧିଦଳ ରାଜ୍ୟ ସରକାରଙ୍କ ସହିତ ଆେଲାଚନା କରି େଫରୁ େଫରୁ ଆଜି େଖାଦ େକନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଧନ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଟେଲିଫୋନରେ ଆେଲାଚନା କରିଥିବା ସୂଚନା ମିଳିଛି। କେବଳ ସେତିକି ନୁେହଁ, ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି େକନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶା ସାମିଲ େହଉ େବାଲି ଅନୁେରାଧ କରିଛନ୍ତି।

ଏହି େଯାଜନାରେ ସାମିଲ େହାଇନଥିବା ଦିଲ୍ଲୀ, େତଲେଙ୍ଗାନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ େକନ୍ଦ୍ରମନ୍ତ୍ରୀ କଥା େହାଇଛନ୍ତି ଓ ଚିଠି ଲେଖିଥିବା ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ େକନ୍ଦ୍ରମନ୍ତ୍ରୀଙ୍କୁ ନିର୍ଦିଷ୍ଟ କି ପ୍ରତିଶ୍ରୁତି େଦଇଛନ୍ତି ବା ସର୍ତ ରଖିଛନ୍ତି, ତାହା ଜଣା ପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ, େକନ୍ଦ୍ର ସରକାରଙ୍କ ଆୟୁଷ୍ମାନ େଯାଜନାକୁ ଗ୍ରହଣ ନ କରି ରାଜ୍ୟ ସରକାର ନିଜସ୍ବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ନେଇ େକନ୍ଦ୍ର-ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି େହାଇଥିଲା। ହେଲେ େମାଦୀ-୨ ସରକାର କ୍ଷମତାକୁ ଆସିବା ପରେ ଏହି େଯାଜନାକୁ ନେଇ େକନ୍ଦ୍ର ସରକାର ଆଭିମୁଖ୍ୟ ପରିବର୍ତନ କରିଛନ୍ତି। ଉଭୟ ରାଜ୍ୟ ଓ େକନ୍ଦ୍ର ମଧ୍ୟରେ ସକାରାତ୍ମକ ଆେଲାଚନା ଆରମ୍ଭ େହାଇଛି।

ଆଜି େକନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ େଲଖିଛନ୍ତି େଯ ଏହି କାର୍ଯ୍ୟକ୍ରମକୁ ୩୨ଟି ରାଜ୍ୟ ଓ େକନ୍ଦ୍ର ଶାସିତ ଅଞ୍ଚଳ ଗ୍ରହଣ କରିନେଇଛନ୍ତି। େସସବୁ ସ୍ଥାନରେ ଏହି କାର୍ଯ୍ୟକ୍ରମ ପ୍ରତି ଗ୍ରହଣୀୟତା ବୃଦ୍ଧି ପାଇଛି। େହଲେ େକନ୍ଦ୍ରମନ୍ତ୍ରୀ କିନ୍ତୁ ଏଥିରେ କହିଛନ୍ତି େଯ ସଂଘୀୟ ବ୍ୟବସ୍ଥାରେ ଯଦି କୌଣସି େକାହଳ ଆଭିମୁଖ୍ୟର ଆବଶ୍ୟକତା ରହିଛି ବା ସମ୍ବଳ ଦରକାର, ତେବେ େକନ୍ଦ୍ର ସରକାର ଅବଶ୍ୟ େଯାଗାଇ ଦେବେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ଭାଗରେ ରାଜ୍ୟର ପ୍ରାୟ ୯୯ ହଜାର ପରିବାର ଏବଂ ଦ୍ୱିତୀୟ ଭାଗରେ ପ୍ରାୟ ୭୨ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି। ପ୍ରଥମ ଭାଗରେ ନିରାମୟ ଓ ନିଦାନ ଆଦି ଯୋଜନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ୨ୟ ଭାଗରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ବୀମା ଏବଂ ଚିକିତ୍ସା ପାଣ୍ଠି ମାଧ୍ୟମରେ ଅଧିକ ସହାୟତା ଦିଆଯାଉଛି। ଉଚ୍ଚମାନ ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ହସ୍‌ପିଟାଲ୍‌, ରାଜ୍ୟ ଓ ରାଜ୍ୟ ବାହାରର ୨୧୮ଟି ଘରୋଇ ହସ୍‌ପିଟାଲ୍‌କୁ ତାଲିକାଭୁକ୍ତ କରିଛନ୍ତି।

ମଙ୍ଗଳବାର େକନ୍ଦ୍ରୀୟ ପ୍ରତିନିଧିଦଳର ମୁଖ୍ୟ ତଥା ଆୟୁଷ୍ମାନ ଭାରତର ମୁଖ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଡ. ଇନ୍ଦୁଭୂଷଣ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଓ ସୁଦୃଢ଼ େବାଲି କହିଥିଲେ। ଏକଥା ବି ସୂଚାଇଥିଲେ େଯ ଏହି ଯୋଜନାରେ ସରକାରୀ ଡାକ୍ତରଖାନାମାନଙ୍କରେ ମାଗଣାରେ ଚିକିତ୍ସା ସେବା ଉପଲବ୍ଧ। ଅର୍ଥଭାର କିପରି ସହଭାଗିତା ଭିତ୍ତିରେ କେନ୍ଦ୍ର ଓ ରାଜ୍ୟ ବହନ କରିବେ, ସେ ନେଇ ସ୍ବଚ୍ଛ ଓ ଅଡିଟ୍‌ ବ୍ୟବସ୍ଥା ମାଧ୍ୟମରେ କରିବାକୁ ପନ୍ଥା ନିର୍ଧାରଣ କରାଯିବ। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେପରି ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ନିମନ୍ତେ ୭ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ ବହନ କରୁଛନ୍ତି, ‌ସେହି ବ୍ୟବସ୍ଥା ଜାରି ରହୁ ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର