ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜ୍ୟ ସରକାର ଓଡ଼ିଶାରେ ଲାଗୁ କରିବେ? ଏମିତି ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଭାଗ୍ୟ କଣ ହେବ? ରାଜ୍ୟ ସରକାର ନିଜ ଯୋଜନାକୁ ବନ୍ଦ କରିଦେବେ କି?
‘ଆୟୁଷ୍ମାନ’ ଯୋଜନା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଧନ ଓଡ଼ିଶା ସରକାରଙ୍କ ଉପରେ ଚାପ ବଢାଉଥିବା ବେଳେ ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି। ମଙ୍ଗଳବାର େକନ୍ଦ୍ର-ରାଜ୍ୟ ପ୍ରତନିଧିଙ୍କ ବୈଠକରେ ରାଜ୍ୟ ସରକାର କିଛି ସର୍ତ ରଖିଥିବା କହିଛନ୍ତି। ହେଲେ ଏହି ସର୍ତଗୁଡିକ କଣ, େସ ନେଇ ସରକାରଙ୍କ ପକ୍ଷରୁ ଏଯାଏ ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏପଟେ େକନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଧନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା େହବା ସହିତ ଏହି େଯାଜନା କାର୍ଯ୍ୟକାରୀ କରିବା ଲାଗି ନିବେଦନ କରିଛନ୍ତି। ଏମିତି ସ୍ଥିତିରେ ଆଜି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆୟୁଷ୍ମାନ େଯାଜନାର କାର୍ଯ୍ୟାନ୍ବୟନ ସମୀକ୍ଷା କରିବା ବେଳେ େକନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଧନ କହିଛନ୍ତି, ରାଜ୍ୟ େଯାଜନା ସହିତ ମିଶ୍ରଣ କରାଯାଇ େଗାଟିଏ େଯାଜନା କାର୍ଯ୍ୟକାରୀ କରିବା ଲାଗି ସବୁ ପ୍ରକାର ସୁବିଧା ରାଜ୍ୟ ସରକାରଙ୍କୁ େଯାଗାଇ ଦିଆଯିବ। ଏପରିକି ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବା ଲାଗି େକନ୍ଦ୍ର ସରକାର କୁଣ୍ଠାବୋଧ କରିବେ ନାହିଁ େବାଲି େକନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଆଶ୍ବାସନା େଦଇଛନ୍ତି।
େକନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ େଯାଜନା ମିଶି େଗାଟିଏ େଯାଜନାରେ ପରିଣତ େହାଇପାରେ, ଏମିତି ଏକ ସମ୍ଭାବନା ସୃଷ୍ଟି େହାଇଛି। ତେବେ େକନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ରାଜ୍ୟ ସରକାର କିଭଳି ପ୍ରତିକ୍ରିୟା ରଖୁଛନ୍ତି ଓ ନିର୍ଦିଷ୍ଟ କି ପଦକ୍ଷେପ ନେବେ, ତାହା ଜଣାପଡିନାହିଁ।
କେନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟୁଷ୍ମାନ େଯାଜନା କାର୍ଯ୍ୟକାରୀ କରିବା େକ୍ଷତ୍ରରେ ୩୨ଟି ରାଜ୍ୟ ଓ େକନ୍ଦ୍ର ଶାସିତ ଅଞ୍ଚଳ ବୁଝାମଣାପତ୍ର ସ୍ବାକ୍ଷର କରିସାରିଛନ୍ତି। ଅଧିକାଂଶ ରାଜ୍ୟ େଯାଜନା କାର୍ଯ୍ୟକାରୀ କଲେଣି। କିନ୍ତୁ ଓଡ଼ିଶା, େତଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଏହାକୁ ଗ୍ରହଣ କରିନାହାନ୍ତି। ଏହି ୪ଟି ରାଜ୍ୟ ସରକାରଙ୍କ ସହିତ େମାଦୀ-୨ ସରକାର ଏବେ ନିରନ୍ତର େଯାଗାେଯାଗ ଆରମ୍ଭ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ସମୀକ୍ଷା ବୈଠକ ଅବସରରେ କହିଛନ୍ତି, ଏହି େଯାଜନାରେ ଦୁର୍ନୀତି ଓ ଜାଲିଆତିକୁ ପ୍ରଶୟ ଦିଆଯିବ ନାହିଁ। କୌଣସି ପ୍ରକାର ଦୁର୍ନୀତି ଓ ଅନିୟମିତତା େକ୍ଷତ୍ରରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ। ବର୍ତମାନ ସାମାଜିକ-ଅର୍ଥନୈତିକ ଓ ଜାତି ଆଧାରିତ ଜନଗଣନା-୨୦୧୧ ଅନୁସାରେ ଏହି େଯାଜନାରେ ହିତାଧିକାରୀଙ୍କୁ ସାମିଲ କରାଯାଉଛି। କିନ୍ତୁ ଆଗକୁ ଏଥିରେ େଯ େକନ୍ଦ୍ର ସରକାର ଆଉ କିଛି ପଦକ୍ଷେପ ନେଇପାରନ୍ତି, ବ୍ୟବସ୍ଥାକୁ େକାହଳ କରାଯାଇପାରେ, ଏ େନଇ େକନ୍ଦ୍ରମନ୍ତ୍ରୀ ଠାରିଛନ୍ତି।
ଏଠାରେ ପ୍ରକାଶଥାଉକି, ପୂର୍ବରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା େକନ୍ଦ୍ରର ଆୟୁଷ୍ମାନ ଠାରୁ ଭଲ େବାଲି କହିଛନ୍ତି। କେବଳ ସେତିକି ନୁେହଁ, ପ୍ରଥମେ ପ୍ରାୟ ୯୯ ହଜାର ପରିବାର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୭୨ ଲକ୍ଷ ପରିବାରଙ୍କୁ ଏଥିରେ ସାମିଲ କରାଯାଇଛି। ଉଚ୍ଚମାନ ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ହସ୍ପିଟାଲ୍, ରାଜ୍ୟ ଓ ରାଜ୍ୟ ବାହାରର ୨୧୮ଟି ଘରୋଇ ହସ୍ପିଟାଲ୍କୁ ତାଲିକାଭୁକ୍ତ କରିଛନ୍ତି। କିନ୍ତୁ େକନ୍ଦ୍ର ସରକାରଙ୍କ େଯାଜନାରେ େଯଉଁ ନିୟମ ରହିଛି, ସେଥିରେ ଏତେ ପରିମାଣର ହିତାଧିକାରୀଙ୍କୁ ସାମିଲ କରାଯିବା ସମ୍ଭବ ନୁହେଁ। ସେହିଭଳି ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେପରି ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ନିମନ୍ତେ ୭ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ ବହନ କରୁଛନ୍ତି। ହେଲେ େକନ୍ଦ୍ର ସରକାରଙ୍କ େଯାଜନାରେ ଏହାର ପରିମାଣ ୫ଲକ୍ଷ ଟଙ୍କା ରହିଛି। ଯଦି ଉଭୟ େଯାଜନାର ସମ୍ମିଶ୍ରଣ ଘଟେ, ତେବେ ଏହାର ସ୍ବରୂପ କଣ େହବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/naveen-2.jpg)