ଅଗଷ୍ଟରୁ ପୁଣି ଆରମ୍ଭ ହେବ ‘ଆଜାଦୀ କା ଅମୃତ ଉତ୍ସବ’

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ‘ଆଜାଦୀ କା ଅମୃତ ଉତ୍ସବ’ ପାଳନ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ଏହି ଉତ୍ସବ ଓଡ଼ିଶା ସାରା ଗାଁରୁ ସହର ଓ ସରକାରଙ୍କର ଅନ୍ୟ ବିଭାଗଗୁଡ଼ିକ ସହ ମିଳିତ ଭାବେ ପାଳନ ପାଇଁ ଆଲୋଚନା ହୋଇଥିଲା। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୨ ପର୍ଯ୍ୟନ୍ତ ପାଳନ ପାଇଁ ଭାରତ ସରକାରଙ୍କ ଧାର୍ଯ୍ୟ ତାରିଖ ଅନୁସାରେ ଓଡ଼ିଶା ସରକାର ମାର୍ଚ୍ଚ ୨୦୨୧ରୁ ଏହି ଉତ୍ସବକୁ ପାଳନ କରି ଆସୁଛନ୍ତି। ପୁନର୍ବାର ଅଗଷ୍ଟ ମାସରୁ ‘ଆଜାଦୀ କା ଅମୃତ ଉତ୍ସବ’ ପାଳନ ପାଇଁ ସ୍ଥିର ହୋଇଛି।

ଏଥିରେ ଓଡ଼ିଆ ଭା‌ଷା, ସାହିତସ୍କୃତି ବିଭାଗ ଓ ସଂସ୍କୃତି ବିଭାଗ ସମେତ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ଅନ୍ୟ ବିଭାଗ ମିଳିତ ଭାବେ ଏହି ଉତ୍ସବକୁ ପାଳନ କରିବା ପାଇଁ ଆଲୋଚନା ହୋଇଛି। ଗାଁରୁ ସହର, ପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ ଉଦ୍ଦେଶ୍ୟରେ ବ୍ୟାପକ ଆଲୋଚନା ସଂସ୍କୃତି ବିଭାଗ ଦ୍ବାରା କରାଯାଇଛି।

ବୈଠକରେ ଉପସଚିବ ସଞ୍ଜୟ ମିଶ୍ର, ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ, ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଓ ସମସ୍ତ ଏକାଡେମିର ସଚିବ, ଅଧୀକ୍ଷକ ପ୍ରତ୍ନତତ୍ତ୍ବ ଓ ଅଧୀକ୍ଷକ ଅଭିଲେଖାଗାର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର