ଜାତୀୟ ଯୁବ ବକ୍ସିଂରେ ମୟୂରଭଞ୍ଜର ବି. ବିନାୟକ

ବାରିପଦା: ଜାତୀୟ ଯୁବ ବକ୍ସିଂ ଶିବିରରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି ମୟୂରଭଞ୍ଜର ଯୁବ ବକ୍ସର ବି. ବିନାୟକ ଦାସ। ଗତ ମାସ ୨୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଯୁବ ବକ୍ସିଂ ଚୟନ ଶିବିରରେ ସେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ। ବିଜୟ କୁମାର ଦାସ ଓ କଲ୍ୟାଣୀ ପ୍ରଧାନଙ୍କ ସୁପୁତ୍ର ବିନାୟକ ଏବେ ରେଭେନ୍ସା କଲେଜର ଯୁକ୍ତ ୨ରେ ପାଠ ପଢ଼ୁଛନ୍ତି। ସେ ଚଳିତ ମାସ ଚେନ୍ନାଇଠାରେ ହେବାକୁ ଥିବା ଜାତୀୟ ଯୁବ ବକ୍ସିଂ ପ୍ରତିଯୋଗିତାରେ ରାଜ୍ୟର ପ୍ରତିନିଧିତ୍ୱ କରିବେ। ବିନାୟକ ନିଜର ଏହି ସଫଳତା ପାଇଁ ବକ୍ସିଂ କୋଚ ବିଜୟ ଚନ୍ଦ୍ର ଦାସଙ୍କୁ ଶ୍ରେୟ ଦେଇଛନ୍ତି।

ଏଥିସହ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆବଶ୍ୟକ ବକ୍ସିଂ କିଟ୍‌ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଆଥଲେଟିକ ସଂଘର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅମର କୁମାର ସେଠି, ରବୀନ୍ଦ୍ର ମହାନ୍ତି, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ଓ ବକ୍ସିଂ କୋଚ ବିଜୟ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପାଇଁ ଗୌରବ ଆଣିଥିବା ବିନାୟକଙ୍କୁ କୋଷାଧ୍ୟକ୍ଷ ଅମିତାଭ ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର