ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଅଁରପାଳ (ବଡ଼ ସିମଲଇ)ରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପର୍ଦ୍ଦାଫାଶ ହୋଇଛି।ନିଜ ପୁତୁରା ବୋହୁକୁ ଅସଦ ବ୍ୟବହାର କରିବା ନେଇ ପୁତୁରା ରାଗରେ ଏମିତି ହତ୍ୟାକାଣ୍ଡ ଘଟାଇ ଥିବା ବେଳେ ଏହି ଘଟଣା ପୁତୁରା ରିଆମାଳ ଥାନା ପଥରଖଣି ଗ୍ରାମର କୃଷ୍ଣଚନ୍ଦ୍ର କୁମୁରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ସୂଚନା ଅନୁସାରେ ମୃତକ ଫକିର ମୋହନ ଧରୁଆ (୬୨) ମଦ୍ୟପ ଅବସ୍ଥାରେ ନିଜ ଶଳାର ପୁଅ କୃଷ୍ଣଚନ୍ଦ୍ର କୁମୁରାର ସ୍ତ୍ରୀକୁ ଅସଦ ବ୍ୟବହାର କରିଥିଲା।ଏହି ଘଟଣାକୁ ସେ ନିଜ ସ୍ବାମୀ କୃଷ୍ଣଚନ୍ଦ୍ରକୁ ଫୋନ ଯୋଗେ କହିଥିଲା। କୃଷ୍ଣଚନ୍ଦ୍ର ହଠାତ୍ ଆସି ରାଗ ତମତମ ହୋଇ ଫକିରକୁ ତାଙ୍କ ଘର ସମ୍ମୁଖରେ ଏକ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣିଜ୍ୟ ତଥା ନିବେଶ ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଦୁଇ ଦିନ ପରେ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ।ପୁଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

କୃଷ୍ଣଚନ୍ଦ୍ରକୁ ଅଟକ ରଖି ପଚରାଉଚରା ବେଳେ ସେ ଘଟଣାର ସୂଚନା ଦେଇ ସେ ନିଜେ ଘଟଣା ଘଟାଇ ଥିବା ମାନି ଥିଲା।ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରାଯାଇଛି।ଆଜି ରିଆମାଳ ଜେ.ଏମ୍.ଏଫ୍.ସି. କୋର୍ଟରେ ହାଜର କରାଯାଇ ଥିଲା।ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଲୁଧିଆନାରେ ଭୁଶୁଡ଼ିଲା ବହୁତଳ କୋଠା, ଅନେକ ଲୋକ ଫସି ରହିଥିବା ଆଶଙ୍କା