ଜେଲ୍‌ରୁ ମୁକୁଳିବା ଖୁସିରେ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥି, ଖାଲି ପେଟରେ ଧ୍ୟାନ ମୁଦ୍ରାରେ ମାନ୍ୟବର

କେନ୍ଦ୍ରାପଡ଼ା: ଧ୍ୟାନ ମୁଦ୍ରାରେ ମାନ୍ୟବର। ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥି ଓରଫ୍‌ ସନ୍ତୋଷ ରାଉଳ। ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି। ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସି ରହିଛନ୍ତି ସାରଥି। ଆଜି ସକାଳୁ ବି ବାବା ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି। ଆଉ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି।
ତେବେ ସାରଥିଙ୍କ ଓକିଲ ଚୌଦ୍ୱାର ଜେଲ୍‌ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡ଼ା ଦୌରାଜଜ କୋର୍ଟକୁ ଯାଇଥିବା ବେଳେ ରିଲିଜ୍‌ ଅର୍ଡର ଆସିଲେ ମାନ୍ୟବର ଚୌଦ୍ୱାର ଜେଲରୁ ଆଜି ସଂଧ୍ୟା ସୁଦ୍ଧା ମୁକୁଳିବା ନେଇ ସମ୍ଭାବନା ରହିଛି। ତେବେ ଚୌଦ୍ୱାର ଜେଲରେ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଏପଟେ, ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ। ସାରଥି ସାମ୍ରାଜ୍ୟର ପ୍ରତିଷ୍ଠାତା ଜେଲରେ ୪ ବର୍ଷ ବିତାଇବା ପରେ ବାବାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ତେବେ ହାଇକୋର୍ଟ ତରଫରୁ ସାରଥୀଙ୍କୁ ଦିଆଯାଇଥିବା ସର୍ତ୍ତଗୁଡିକ ହେଲା..

Hindustan Times

:ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥି। କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

:ବାବାଙ୍କୁ ମନା ବାରିମୂଳ। ନିଜ ଆଶ୍ରମ ବାରିମୂଳକୁ ଯାଇ ପାରିବେନି ସାରଥି। ଜାମିନ ପାଇଲା ପରେ ବି ବାରିମୂଳକୁ ଯିବାକୁ କଟକଣା ଜାରି କରିଛନ୍ତି କୋର୍ଟ।

:ବାରିମୂଳ ଛଡ଼ା ରାଜ୍ୟ ବାହାରକୁ ମଧ୍ୟ ଯାଇ ପାରିବେନି ସାରଥି।

:ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟ ସଭା କରି ପାରିବେନି ସାରଥି। ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ।

ସମ୍ବନ୍ଧିତ ଖବର