ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ଖମ୍ବାରିଗାଁ ପଞ୍ଚାୟତ ବାବନପୁର ଗ୍ରାମରେ ଗତ ୨୦ ତାରିଖରେ ରାଜନୈତିକ ହିଂସା ଓ ମରଣାନ୍ତକ ଆକ୍ରମଣରେ ପି. ନୌକେୟାଙ୍କ ସମେତ ୪ ଗୁରୁତର ହୋଇଛନ୍ତି। ଏଥିରେ ସଂପୃକ୍ତ ୧୦ ଅଭିଯୁକ୍ତ ଏଯାଏ ଫେରାର୍ ଅଛନ୍ତି। ସେମାନଙ୍କୁ ଧରିବା ଲାଗି ଆଜି ପୁଲିସ ପକ୍ଷରୁ ସ୍କେଚ୍ ଜାରି ହୋଇଛି। ଅଭିଯୁକ୍ତମାନଙ୍କ ବିଷୟରେ ସୂଚନା ଦେଲେ ୧୦ ହଜାର ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
ଫେରାର ଅଭିଯୁକ୍ତମାନେ ହେଲେ କେ. ସୁନ୍ଦର ରାଓ, ଏ. ଉମାପତି, ଏ. ବୈରାଗୀ, ଜି. କୋଇରା, କେ. ଦୁର୍ଯ୍ୟୋଧନ, କେ. ସନ୍ତୋଷ, କେ. କୁମାରସ୍ୱାମୀ, କେ. ଡିଲି ରାଓ, ଟି. ଡାଲେୟା ଓ କେ. ଦୁର୍ଯ୍ୟୋଧନ। ପୁଲିସ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ଭୟରେ ଗ୍ରାମ ପୁରୁଷଶୂନ୍ୟ ହୋଇଛି। ଗିରଫ ଜଣେ ନାବାଳକକୁ ଜୁଭେନାଇଲ୍ ହୋମ୍ ଓ ଅନ୍ୟ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।