କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ସଦର ମହକୁମାଠାରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଅନୁସୂଚୀତ ଜାତି ଜନଜାତି ବିକାଶ ମଞ୍ଚ ପକ୍ଷରୁ କୁଚିଣ୍ଡା ମହାବିଦ୍ୟାଳୟ ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ।
ଏହା ସହିତ କାର୍ଯ୍ୟକ୍ରମରେ ପିଏଆଇଟିଡିଏ ହେମସାଗର ଭୋଇ, ପୂର୍ବ ବିଧାୟକ କିଶୋର ନାଏକ, ପୂର୍ବ ବିଧାୟକ ବୃନ୍ଦାବନ ମାଝି କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର ବିମାନ, ବାମରା ବ୍ଲକ ଅଧ୍ୟକ୍ଷନ ପିଙ୍କି ଧାରୁଆ, କମିଟିର ସଭାପତି ଗଜେନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ମନୋରଞ୍ଜନ ଭୋଇ ଯୋଗ ଦେଇଥିଲେ।
ସେହିପରି କୁଚିଣ୍ଡା ବ୍ଲକ ସଭାପତି ଲିଙ୍ଗ ରାଜ ବାଘ, କୁଚିଣ୍ଡା ନଗର ସଭାପତି ଟୁନା ମହାନନ୍ଦ, ପ୍ରସନ୍ନ ବାଘ,ଡିଲେଶ୍ବର ବେହେରା, ସୁଜିତ ବୁଡା, ପଙ୍କଜ ଜୟପୁରିଆ, ଅଶୋକ ଜୟପୁରିଆ,କଞ୍ଚନ ଜୟପୁରିଆ,ରମେଶ ସୁନା,ତହସିଲ ଟପ୍ପୋ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ: ପରିବର୍ତ୍ତନକୁ ଗ୍ରହଣ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଏହି ଅବସରରେ କୁଚିଣ୍ଡା ସମଲେଇ ମନ୍ଦିରଠାରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରେ ସହର ପରିକ୍ରମା କରି କୁଚିଣ୍ଡା କଲେଜ ଅଡିଟୋରିୟମ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଅଧିକ ପଢ଼ନ୍ତୁ: ରାଗ ରଖିଥିଲା କି ସାପ ? ୧୦ ଥର ଦଂଶିଲା, ଜୀବନ ନେଇଗଲା... ସାରାରାତି ଶବ ତଳେ ଶୋଇ ରହିଥିଲା ବିଷାକ୍ତ ସାପ
Sambalpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/14/hhWLf7Crz3v8KBFerdMM.jpeg)