ଭୁବନେଶ୍ୱର: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ବବୁନ୍ ‘ଜଗା’ର ମୃତ୍ୟୁ ହୋଇଛି। ଏକ ମାସ ହେଲା ବାଦ୍ଧର୍କ୍ୟରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲା ଅଣ୍ଡିରା ବବୁନ୍ ମାଙ୍କଡ଼ ‘ଜଗା’।
ଅଣ୍ଡିରା ବବୁନ୍ 'ଜଗା' ଏକ ମାସ ହେଲା ବାଦ୍ଧର୍କ୍ୟରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲା। ତାକୁ ବୈଷୟିକ କମିଟିର ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକମାନେ ଭିଟାମିନ୍ ଏବଂ ମିନେରାଲ ଦେଇ ଚିକିତ୍ସା କରୁଥିଲେ।
ଖବର ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ମାତ୍ର ଅଣ୍ଡିରା ବବୁନ୍ ମାଙ୍କଡ଼ ‘ଜଗା’ର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଛି। ଅଣ୍ଡିରା ବବୁନ୍ ମାଙ୍କଡ଼ 'ଜଗା' ଓ ୧୮ ବର୍ଷର ଏକମାତ୍ର ମାଈ ବବୁନ୍ ମାଙ୍କଡ଼ଟି ୪ ବର୍ଷ ହେଲାଣି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ପୃଥକୀକରଣ କକ୍ଷରେ ରହି ଆସୁଥିଲା। ଅଣ୍ଡିରା ବବୁନ୍ 'ଜଗା' ଏକ ମାସ ହେଲା ବାଦ୍ଧର୍କ୍ୟରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲା। ତାକୁ ବୈଷୟିକ କମିଟିର ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକମାନେ ଭିଟାମିନ୍ ଏବଂ ମିନେରାଲ ଦେଇ ଚିକିତ୍ସା କରୁଥିଲେ। ହେଲେ ବବୁନ୍ ‘ଜଗା’ର ଆଜି ମୃତ୍ୟୁ ହୋଇଛିି। ଫଳରେ ନନ୍ଦନକାନନରେ ବବୁନ୍ ସଂଖ୍ୟା ହ୍ରାସ ପାଇଛି। ଏବେ ଏକ ମାତ୍ର ମାଈ ବବୁନଟି ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/02/23/EVTfrWLEyRR3jVp3ue4h.jpg)