ଭଞ୍ଜନଗର/ ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେଡି ଯାହା ଆଶା କରିଥିଲା ତାହା ଧୂଳିସାତ ହୋଇଯାଇଛି | ବିଜେଡିର ଟାଣୁଆ ନେତା ତଥା ଭଞ୍ଜନଗରରୁ ବିଧାୟକ ଥିବା ବିକ୍ରମ ଆରୁଖ ପରାସ୍ତ ହୋଇଛନ୍ତି | କେବଳ ଏତିକି ନୁହେଁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଭୁବନେଶ୍ୱର ଏକାମ୍ରରୁ ପରାସ୍ତ ହୋଇଛନ୍ତି | ବିଜେପିର ପ୍ରଦ୍ୟୁମ୍ନ ନାୟକ ବିଜେଡିର ବିକ୍ରମ ଆରୁଖଙ୍କୁ ପରାସ୍ତ କରିଛନ୍ତି | ସେହିପରି ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିବା ଅଶୋକ ପଣ୍ଡାଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ବାବୁ ସିଂ | ବାବୁ ୭୪୩୯୯ ଭୋଟ ପାଇଥିବାବେଳେ ଅଶୋକ ପଣ୍ଡା ୬୯୪୨୯ ଖଣ୍ଡ ଭୋଟ ପାଇଛନ୍ତି | ବାବୁ, ଅଶୋକଙ୍କୁ ୪୯୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି |
ବିଜେଡିର ଟାଣୁଆ ନେତା ବିକ୍ରମ ଆରୁଖ ଓ ଅଶୋକ ପଣ୍ଡା ପରାସ୍ତ
/sambad/media/post_attachments/wp-content/uploads/2024/06/e54d6063-7c10-4ad8-a672-1fccf95b72b0-1.jpg)