ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣର ଶିକାର ହୋଇଥିବା ବାବୁରାମ ସିଂହ ଆଖି ବୁଜିଲେ

ନୀଳଗିରି: ୧୦ ଦିନ ଧରି ମରଣ ସହ ସଂଘର୍ଷ କରିବାପରେ ଅବଶେଷରେ ଆଖି ବୁଜିଛନ୍ତି ବାବୁରାମ ସିଂହ।ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଥାନା ଅଞ୍ଚଳର ବାଘମରା ଗାଆଁର ବାବୁରାମ ସିଂହ ଗତ ମାସ ୩୧ ତାରିଖ ରାତିରେ ନିଜ ଗାଆଁର ଭାଗବତ ଟୁଙ୍ଗିକୁ ଯାଇଥିଲେ। ସେଠାରେ ସେ କିଛି ଲୋକଙ୍କ ସହ ମିଶି ମଦ ପିଇଥିଲେ। ତାପରେ କେହି ତାଙ୍କର ମୁଣ୍ଡରେ ଆଘାତ କରିଥିଲେ। ଫଳରେ ସେ ଅଚେତ ହୋଇ ପଡ଼ିଥିଲେ।

କୁହାଯାଉଛି ଯେ ବାବୁରାମଙ୍କର ଦୁଇ ଶାଳକ ପୂର୍ବ ପ୍ରତିଶୋଧ ନେବାଲାଗି ବାବୁରାମଙ୍କ ଉପରେ ଆକ୍ରମଣ କରିଥିଲେ। ତା’ପର ଦିନ ସକାଳେ ସେହି ଗାଆଁର ରବି ସିଂହ ଏବଂ ଚାଇନା ସିଂହ ଏସଂପର୍କରେ ବାବୁରାମଙ୍କ ପିଉସା ବୁଧୁ ସିଂହଙ୍କୁ ଖବର ଦେଇଥିଲେ। ପିଉସା ବୁଧୁ ସିଂହ ସଙ୍ଗେସଙ୍ଗେ ବାବୁରାମଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଆଡମିଟ୍ ନ କରାଇ ଘରକୁ ନେଇ ଆସିଥିଲେ।

Image result for nilgiri balasore odisha

ଗତକାଲି ବାବୁରାମଙ୍କର ବାନ୍ତି ହୋଇଥିଲା ଏବଂ ଏହାପରେ ସେ ପ୍ରାଣତ୍ୟାଗ କରିଥିଲେ। ବାବୁରାମଙ୍କର ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେଇ ତାଙ୍କୁ ଜାଳି ଦେଇଥିବା ଅଭିଯୋଗରେ ବାବୁରାମଙ୍କର ମାଆ ଏବେ ଜେଲରେ ଅଛନ୍ତି। ଖବର ପାଇ ନୀଳଗିରି ଥାନା ଅଧିକାରୀ ନଳିତା ମୋଦୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର