ଭୁବନେଶ୍ବର: ତୃପ୍ତିଙ୍କ ଏତଲା ଆଧାରରେ ଖାରବେଳ ନଗର ଥାନା ପୁଲିସ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ ଜାରି କରିଛି। ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ଥାନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଣେ ସତ୍ୟନଗର ଗେଷ୍ଟହାଉସକୁ ଯାଇ ତଦନ୍ତ କରିଛି ଖାରବେଳ ନଗର ଥାନା ପୁଲିସ। ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି। ଗତକାଲି ସକାଳେ କଣ ଘଟିଥିଲା ସେ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ। ସେପଟେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ପୁଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି । କ୍ରିଷ୍ଣପ୍ରିୟା ମିଶ୍ରଙ୍କ ଅଭିଯୋଗକ୍ରମେ ମନ୍ମଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି।
ଗତକାଲି ଖାରବେଳନଗର ଥାନାରେ ବାବୁସାନ୍ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି। ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ପ୍ରାୟ ୨ ବର୍ଷ ହେଲା ତାଙ୍କୁ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ। ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭଇନରେ ରହୁଥିଲେ।
ତୁରନ୍ତ ଥାନାରେ ହାଜର ହେବାକୁ ବାବୁସାନ ଓ ପ୍ରକୃତିଙ୍କୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2022/07/3ecf3979-3d3a-4de0-bb41-22798750cfe9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)