ହେଲମେଟ୍ ନ ପିନ୍ଧି ବାଇକ୍ ଚଲାଇ ତଣ୍ଡ ଗଣିବା ପରେ ସଫେଇ ଦେଲେ ଓଲିଉଡର ସୁପରଷ୍ଟାର ବାବୁସାନ୍

ଭୁବନେଶ୍ବର: ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ନାଁରେ ନୂଆ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ଏ ନେଇ ସଫେଇ ଦେଇଛନ୍ତି ନିଜେ ବାବୁସାନ୍।

ବାବୁସାନ୍ କହିଛନ୍ତି ଯେ ଯେ ତାଙ୍କ ଘରର କଂପାଉଣ୍ଡ ଗେଟ ବାହାରେ ବାଇକ୍ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଟ୍ରାଫିକ୍ ଛକ ବା ଏନ୍ଏଚରେ ବାଇକ୍ ଚଳାଇନାହାନ୍ତି। ତେବେ ଏନେଇ ଆଗକୁ ଅଧିକ ସଚେତନ ହେବେ ବୋଲି ବାବୁସାନ୍ ନିଜ ସଫେଇରେ କହିଛନ୍ତି।

ସୂଚନାଯୋଗ୍ୟ, ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କ ନାଆଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଗତକାଲି ଏକ ହଜାର ଟଙ୍କାର ଚାଲାଣ କଟିଥିଲା
ବାବୁସାନ୍ ବିନା ହେଲମେଟରେ ବାଇକ୍ ଚଲାଉଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଗୋଟିଏ ମିନିଟରୁ ଅଧିକ ସମୟର ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବାବୁସାନ୍ ଓରଫ ତନ୍ମୟ ମହାନ୍ତିଙ୍କ ନାମରେ ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍ ନିୟମକୁ ମାନିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।


ଏ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ବି ଏକ ଟୁଇଟ୍ କରାଯାଇଛି। ଏଥିରେ ଲେଖା ହୋଇଛି, ‘ଆମେ ଆମ ଅଭିନେତାମାନଙ୍କୁ ସମ୍ମାନ କରୁ। କିନ୍ତୁ ଯେତେବେଳେ ବାବୁସାନ୍ ନାଁରେ ଜଣାଶୁଣା ତନ୍ମୟ ବିନା ହେଲମେଟରେ ବାଇକ୍ ଚଲାଇବା ଦେଖିବାକୁ ପାଇଲୁ, ଚାଲାଣ କଟା ହେଲା। ଏହା ଆମର କର୍ତ୍ତବ୍ୟ। ସବୁବେଳେ ଟ୍ରାଫିକ୍ ସୁରକ୍ଷା ନିୟମ ପାଳନ କରନ୍ତୁ।’

ସମ୍ବନ୍ଧିତ ଖବର