ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତିଙ୍କ ଜୁଲାଇ ୩୦ ତାରିଖରେ ଜନ୍ମଦିନ। ଏହି ଅବସରରେ ସେ ଆସନ୍ତାକାଲି ସପରିବାର ଜନ୍ମଦିନ ପାଳନ କରି ପାରନ୍ତି। ବାବୁସାନ ଜନ୍ମଦିନରେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯିବେ ବୋଲି ସୂଚନା ଦେଇଛନ୍ତି। ଭାଇରାଲ ଅଡିଓ ବିଷୟରେ ପ୍ରଶ୍ନ କରିବାରୁ, ଅଡିଓ ଟିକୁ ଭଲରେ ଶୁଣନ୍ତୁ ବୋଲି ବାବୁସାନ କହିଛନ୍ତି। ଜୁଲାଇ ୩୦ରେ ମୋର ଜନ୍ମ ଦିନରେ ପୁଅ ଓ ପତ୍ନୀ ତୃପ୍ତିଙ୍କ ପାଖକୁ ଯିବି। କେକ୍ କାଟିବା ବଡ଼ କଥା ନୁହେଁ। ସେମାନଙ୍କୁ ଦେଖିଦେଲେ ଆଉ କିଛି ଦରକାର ନାହିଁ । ପୁଲିସର ପଚରାଉଚରା ପରେ ମୁଁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେବି। ସମସ୍ତଙ୍କୁ ସବୁ କଥା କହିବି ବୋଲି କହିଛନ୍ତି ବାବୁସାନ।
/sambad/media/post_attachments/wp-content/uploads/2022/07/babu-2.jpg)
ଗତକାଲି ଭଳି ସମାନ ଢଙ୍ଗରେ ବାବୁସାନ ବାହାରକୁ ଆସି କହିଛନ୍ତି ଯେ, ମୁଁ ମୋ ପରିବାର ସହିତ ରହିଛି। ଆପଣମାନେ ଭଲରେ ରୁହନ୍ତୁ। ପୁଲିସ ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାବୁସାନ । ଫ୍ୟାନମାନଙ୍କୁ ମଧ୍ୟ ବହୁତ ଭଲ ପାଏ ବୋଲି ବାବୁସାନ କହିଛନ୍ତି। ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ବାବୁସାନ୍ ବାହାରକୁ ଆସିଥିଲେ। ସେ ଘର ବାହାରେ ଠିଆ ନ ହେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ସମସ୍ତେ ଆଜି ବହୁତ ଖରାରେ ଛିଡ଼ା ହୋଇ ରହିଛନ୍ତି। ଏହା ମୋତେ ବହୁତ କଷ୍ଟ ହେଉଛି ବୋଲି କହିଥିଲେ।
ସୂଚନାଯୋଗ୍ୟ, ମନ୍ମଥ ମିଶ୍ର ନିଜ ଝିଅ ପ୍ରକୃତି ମିଶ୍ରଙ୍କ ସହିତ ଘରର ଛାତ ଉପରେ ଦେଖାଯାଇଥିଲେ। ସେମାନେ ଅଳ୍ପ ସମୟ ପାଇଁ ଛାତ ଉପରେ ବୁଲାବୁଲି କରି ପୁଣି ଫେରି ଯାଇଥିଲେ। ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରକୃତି ମିଶ୍ର କହିଥିଲେ ଯେ, ସମୟ ଆସିଲେ ସବୁ କଥା କହିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ef0fbfa0-8885-47a8-843d-9f4e9e36bc7e.jpg)