ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ

ଲାଠୋର : ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ମାଲପଡ଼ା ଗାଁର ଧରମ ସିଂହ ଧରୁଆଙ୍କ ଶିଶୁପୁତ୍ର ଗୋଲକ ସିଂହ ଧରୁଆ (୭ବର୍ଷ) ନିକଟସ୍ଥ ଅମୃତ ସରୋବର ପୋଖରୀରେ ବୁଡ଼ି ପ୍ରାଣ ହରାଇଛି।

ସୂଚନା ଅନୁଯାୟୀ, ଗୁରୁବାର ଗୋଲକ ନିଜ ଘର ପରିସରରେ ସକାଳ ୧୦ଟା ପର୍ଯ୍ୟନ୍ତ ଖେଳୁଥିଲା। ୧୦ଟା ପରେ ଆଉ ତାକୁ ଆଉ କେହି ଦେଖି ନଥିଲେ। ପରିବାର ଲୋକେ ଖୋଜା ଖୋଜି ପରେ ସେ ପିନ୍ଧିଥିବା ପୋଷାକ ପୋଖରୀ ହିଡ଼ରେ ଓ ପାଣିରେ ମୃତଦେହ ଭାସୁଥିବା ଦେଖି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ପଠାଇଥିଲା। ଘଟଣାସ୍ଥଳରେ ତହସିଲଦାର ଅଦିତ୍ୟ ପ୍ରସାଦ ମିଶ୍ର ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର