ରାଜନଗର: କୁମ୍ଭୀର ପ୍ରଜନନ ଋତୁ ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ ଅଞ୍ଚଳରେ ଏକ ୩ ଫୁଟ୍ର କୁମ୍ଭୀର ଛୁଆ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଯିବା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି। କୁମ୍ଭୀର ଛୁଆଟି ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ି ଶୀର୍ଷରେ ତାର ସହିତ ଲାଗି ରହିଛି। ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟଶାଳା ନଦୀରୁ ଉଠିଆସି ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ ଫୁଟ୍ ଲମ୍ବ ବିଦ୍ୟୁତ୍ ଖୁଣ୍ଟର ପୂରା ଉପରକୁ ଚଢ଼ିଯିବା ଓ ସ୍ଥାନୀୟ ଲୋକେ ତାକୁ ଦେଖି ପାଟି କରିବା, ଟେକା ମାରିବା ଓ ତାର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଯେତେ ଚେଷ୍ଟା କରାଗଲେ ବି କୁମ୍ଭୀର ଛୁଆଟି ତଳକୁ ଓହ୍ଲାଇ ନଥିବା ସୂଚନା ରହିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତବର୍ଷ ୧୧୪ଟି ବସା କରିଛନ୍ତି। ପୂର୍ବରୁ କୁମ୍ଭୀରମାନଙ୍କୁ ଜନବସତିରେ ଥିବା ପୋଖରୀ, ନଦୀ, ନାଳ, ରାସ୍ତା ଉପରେ ଦେଖିବାକୁ ମିଳିଥିଲା। ମାତ୍ର ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ିବା ପ୍ରଥମଥର ଦେଖିବାକୁ ମିଳିଛି।
ବିଦ୍ୟୁତ୍ ଖୁଣ୍ଟରେ କୁମ୍ଭୀର ଛୁଆ
/sambad/media/post_attachments/wp-content/uploads/2024/07/crocodial.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)