ନୂଆପଡ଼ା: ନୂଆପଡ଼ା ଥାନା ଝାଞ୍ଜିମୁଣ୍ଡା ଗ୍ରାମର ଜଣେ ୭ ବର୍ଷର ଶିଶୁକନ୍ୟାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଝାଞ୍ଜିମୁଣ୍ଡା ଗ୍ରାମର ମୋହନ ସିଂ ମାଝୀଙ୍କ ଶିଶୁକନ୍ୟା କ୍ଷୀରମଣି ମାଝୀ ରାତିରେ ଘରେ ଶୋଇଥିବା ବେଳେ ଏକ ସାପ କାମୁଡ଼ି ଦେଇଥିଲା।
ଗୁରୁତର ଅବସ୍ଥାରେ ଶିଶୁକନ୍ୟାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/13-13.jpg)