ତେଲକୋଇ : ପୁଣି କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଶିବପାଲି ଗ୍ରାମର ଅଚ୍ୟୁତାନନ୍ଦ ଅଟ୍ଟିଙ୍କ ୭ ବର୍ଷର ଝିଅ ଲିକିତା ଅଟ୍ଟି। ୪ ଦିନ ତଳେ ଲିକିତା ମା’ ସରସ୍ବତୀ ଅଟ୍ଟିଙ୍କ ସହିତ ମାମୁଘରକୁ ଆସିଥିଲେ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଆବାହାଳ ଗଣେଶ୍ଵର ନାୟକଙ୍କ ଘରେ ରଜପର୍ବ ପାଳନ କରିଥାନ୍ତେ। ଗତକାଲି ରାତିରେ ଖାଇପିଇ ଘରେ ପରିବାର ସଦସ୍ୟଙ୍କ ସହ ଶୋଇଥିଲେ।
ବିଳମ୍ବିତ ରାତିରେ ବିଦ୍ୟୁତ୍ କାଟ ଯୋଗୁଁ ଅସହ୍ୟ ଗରମ ଗୁଳୁଗୁଳି ହେବାରୁ ଘର ବାରଣ୍ଡାରେ ଆଈଙ୍କ ସହିତ ଆସି ଶୋଇଥିଲେ। ଏହି ସମୟରେ ହଠାତ୍ ଏକ ବିଷଧର ସାପ ତାଙ୍କୁ ଚୋଟ ମାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତେଲକୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ ତେଲକୋଇ ଅଞ୍ଚଳରେ ୨ ସପ୍ତାହ ମଧ୍ୟରେ ୫ ଜଣଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ୬ ଦିନରେ ୪ ଜଣଙ୍କ ଜୀବନ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)