ଶିଶୁମୃତ୍ୟୁ ନେଇ ପୁଲିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ଗତକାଲି କ୍ୟାପିଟାଲ ଡାକ୍ତରଖାନା‌େର ହୋଇଥିବା ଶିଶୁମୃତ୍ୟୁ ଘଟଣାରେ ଡାକ୍ତରଙ୍କ ଅବହେଳା ଓ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ଏକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଶିଶୁମୃତ୍ୟୁ ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ। ସେ କହିବାନୁସାରେ ପୁରୁଣା ଭୁବନେଶ୍ବର ଅଞ୍ଚଳର ପିଙ୍କି ସାହୁଙ୍କ ପାଇଁ ଡାକ୍ତର ନ ଥିବାରୁ ନର୍ସମାନଙ୍କ ଦ୍ବାରା ତାଙ୍କର ପ୍ରସୂତି କରାଯାଇଥିଲା। ଫଳରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିଲା। ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଖାନାର ସୁରକ୍ଷାକର୍ମୀ ଓ ପୁଲିସ କର୍ମଚାରୀ ଲୋକମାନଙ୍କୁ ବୁଝାଇବା ପରିବର୍ତେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ ବୃଦ୍ଧା ଶାଶୁ (୬୫ବର୍ଷ) ସ୍ବାମୀ ଓ ନଣନ୍ଦ ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର