ଶରଣକୁଳ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କୀଟନାଶକ ମିଶା ଶାଗ ଖାଇ ଉକ୍ତ ଗ୍ରାମର ରାକେଶ ମୁଦୁଲିଙ୍କ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଇଗଣରେ ପକାଯାଉଥିବା କୀଟନାଶକ ପ୍ୟାକେଟ୍କୁ ବ୍ୟବହାର ପରେ ଏହାର ଜରିରେ ରାକେଶ ମେଥି ଚଣା ଶାଗ ତୋଳି ଘରକୁ ଆଣିଥିଲେ। ଜରିକୁ ସେ ଭଲ ଭାବେ ଧୋଇ ନଥିଲେ। ଫଳରେ ଏହି ଶାଗକୁ ଖାଇବା ପରେ ରାକେଶ ଓ ତାଙ୍କ ପତ୍ନୀ ସୁରେଖା, ପରିବାରର ଅନ୍ୟ ଦୁଇ ସଦସ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ୩ ବର୍ଷର ଝିଅକୁ ଭୁବନେଶ୍ବର ଚିକିତ୍ସା ନିମନ୍ତେ ନିଆଯାଉଥବାବେଳେ, ବାଟରେ ତା’ର ମୃତ୍ୟୁ ଘଟିଛି। ଅନ୍ୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ନୟାଗଡ଼ : କୀଟନାଶକ ମିଶା ଶାଗ ଖାଇ ଶିଶୁ ମୃତ, ୪ ଅସୁସ୍ଥ
/sambad/media/post_attachments/wp-content/uploads/2020/10/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)