ବିଶ୍ରା : ଶିଶୁମାନେ ଖେଳୁଥିବା ବେଳେ ବିରୁଡ଼ି ଦଳ ଆକ୍ରମଣ କରିବାରୁ ଜଣେ ୫ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ପିଲା ଗୁରୁତର ଆହତ ହୋଇଛି।
ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ଜରେଇକେଲା କୁଣ୍ଡାପୋଷ ଗାଁର ସରସ୍ବତୀ ମୁଣ୍ଡା (୫) ଓ ଅନ୍ୟ ୩ ଜଣ ସମବୟସ୍କ ପିଲା ଘରପାଖରେ ଥିବା ଏକ ଗଛ ତଳେ ଖେଳୁଥିଲେ। ଏହି ସମୟରେ ହଠାତ୍ କେଉଁଆଡୁ ଆସି ଦଳେ ବିରୁଡ଼ି ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ସେ ଛୋଟ ଛୋଟ ପିଲାଙ୍କୁ ବିରୁଡ଼ି ଦଳ ଗୋଡ଼େଇ ଗୋଡ଼େଇ ଦଂଶନ କରିଥିଲେ। ପିଲାଙ୍କ ଭିତରୁ ଦୁଇ ଭଉଣୀ ସରସ୍ବତୀ ଓ ସେବତୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଲୋକେ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସରସ୍ବତୀଙ୍କର ମୃତ୍ୟୁ ଘଟିଥିଲା। ସେବତୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆର୍ଜିଏଚ୍ରେ ଭର୍ତି କରା ଯାଇଛି। ଜରେଇକେଲା ଫାଣ୍ଡି ଅଧିକାରୀ କୁଶଧ୍ବଜ ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ବିଶ୍ରା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୁଲିସ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/dead-indiatoday7.png)