ଟିକା ଦେବା ପରେ ଶିଶୁର ମୃତ୍ୟୁ

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ କୁଶକଳା ଗ୍ରାମରେ ଟିକା ଦେବା ପରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ପାଇଁ ଟିକା ଦେବା ଦାୟିତ୍ୱରେ ଥିବା ଏଏନ୍‌ଏମ୍‌ଙ୍କୁ ଦାୟୀ କରି ଲୋକମାନେ ରାସ୍ତାରୋକ କରିଥିଲେ। ପରେ ଏଏନ୍‌ଏମ୍‌ଙ୍କୁ ବଦଳି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମୃତ ଶିଶୁ ହେଉଛି ଦାଶରଥି ଧାଙ୍ଗଡ଼ ଓ ଶକୁନ୍ତଳା ଧାଙ୍ଗଡ଼ଙ୍କ ୨ ମାସର ଶିଶୁପୁତ୍ର ମିହିର। ଗତକାଲି ଏହି ଶିଶୁକୁ ପାଖ ଏଏନ୍‌ଏମ୍‌ କେନ୍ଦ୍ରରେ ଟିକା ଦିଆଯାଇଥିଲା। ଏହାପରେ ଶିଶୁଟିକୁ ଜ୍ୱର ଆସିଥିଲା। ମାତ୍ର, ଜ୍ୱର କମିନଥିଲା। ରାତିରେ ଶିଶୁଟି ପ୍ରାଣ ହରାଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଆଜି ଗ୍ରାମରେ ଦିନତମାମ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର