ରାଉରକେଲା : ପ୍ରତିଷେଧକ ଟୀକା ‘ପେଣ୍ଟାରୋଟା’ ନେବା ପରେ ମାଲଗୋଦାମ ଅଞ୍ଚଳର ଜଣେ ୩ ମାସର ଶିଶୁ ମୃତ୍ୟୁବରଣ କରିଛି। ଭୁଲ୍ ଟୀକା ଏବଂ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଶିଶୁ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମାଲଗୋଦାମ ବସ୍ତିର ସୂରଜ ସାହୁ ଓ ଖୁସ୍ବୁଙ୍କ ୩ ମାସର ଶିଶୁ କନ୍ୟା ସୋନମ୍ କୁମାରୀଙ୍କୁ ‘ପେଣ୍ଟାରୋଟା’ ପ୍ରତିିଷେଧକ ଟୀକା ଦିଆଯାଇଥିଲା। ଇଞ୍ଜେକ୍ସନ ନେବା ପରେ ଶିଶୁଟି ଅସ୍ୱାଭାବିକ ଭାବେ କାନ୍ଦିଥିଲା। ଘରେ ସୋନମ୍ ଅପରାହ୍ଣ ପ୍ରାୟ ୩ଟା ବେଳେ ଶୋଇଯାଇଥିଲା। ରାତି ୮ଟା ପର୍ଯ୍ୟନ୍ତ ସେ ନ ଉଠିବାରୁ ପରିବାର ଲୋକେ ସନ୍ଦେହରେ ତାଙ୍କୁ ବାସନ୍ତୀ କଲୋନୀ ସ୍ଥିତ ରାଜସ୍ଥାନ ସେବା ସଦନ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ଏହି ଘଟଣା ପ୍ରଚାରିତ ହେବା ପରେ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/in.jpg)