ପ୍ରତିଷେଧକ ଟୀକା ନେବା ପରେ ଶିଶୁର ମୃତ୍ୟୁ : ଭୁଲ୍‌ ଟୀକା ଓ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କଲେ ପରିବାର ଲୋକେ

ରାଉରକେଲା : ପ୍ରତିଷେଧକ ଟୀକା ‘ପେଣ୍ଟାରୋଟା’ ନେବା ପରେ ମାଲଗୋଦାମ ଅଞ୍ଚଳର ଜଣେ ୩ ମାସର ଶିଶୁ ମୃତ୍ୟୁବରଣ କରିଛି। ଭୁଲ୍‌ ଟୀକା ଏବଂ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଶିଶୁ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମାଲଗୋଦାମ ବସ୍ତିର ସୂରଜ ସାହୁ ଓ ଖୁସ୍‌ବୁଙ୍କ ୩ ମାସର ଶିଶୁ କନ୍ୟା ସୋନମ୍‌ କୁମାରୀଙ୍କୁ ‘ପେଣ୍ଟାରୋଟା’ ପ୍ରତିିଷେଧକ ଟୀକା ଦିଆଯାଇଥିଲା। ଇଞ୍ଜେକ୍ସନ ନେବା ପରେ ଶିଶୁଟି ଅସ୍ୱାଭାବିକ ଭାବେ କାନ୍ଦିଥିଲା। ଘରେ ସୋନମ୍‌ ଅପରାହ୍‌ଣ ପ୍ରାୟ ୩ଟା ବେଳେ ଶୋଇଯାଇଥିଲା। ରାତି ୮ଟା ପର୍ଯ୍ୟନ୍ତ ସେ ନ ଉଠିବାରୁ ପରିବାର ଲୋକେ ସନ୍ଦେହରେ ତାଙ୍କୁ ବାସନ୍ତୀ କଲୋନୀ ସ୍ଥିତ ରାଜସ୍ଥାନ ସେବା ସଦନ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ଏହି ଘଟଣା ପ୍ରଚାରିତ ହେବା ପରେ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର