ଦାନଗଦୀ: ଟମକା ଥାନା କିଆଝର ମୁଣ୍ଡାସାହିର ପୂର୍ଣ୍ଣ ମୁଣ୍ଡାଙ୍କ ପୁଅ ଗମା ମୁଣ୍ଡା (୭)ର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି।

Advertisment

ଅପରାହ୍‌ଣରେ ଶିଶୁର ମୃତଦେହ ନିକଟସ୍ଥ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପାଣିରୁ ଉଦ୍ଧାର କରି ଦାନଗଦୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।