ଗାନ୍ଧିଛକ: ବସ୍ତା ଥାନା ବାସୁଚକୁରି ପଞ୍ଚାୟତ ଅଧୀନ ଧୋବାଚକୁରି ଗ୍ରାମରେ ଆଜି ଜଣେ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସେ ହେଲେ; ସୁଧାଂଶୁ ଶେଖର ପାତ୍ରଙ୍କ ଦୁଇବର୍ଷର ପୁଅ ମନୋଜ ପାତ୍ର। ମନୋଜ ଖେଳୁଥିବା ସମୟରେ ଅସାବଧାନତା ଯୋଗୁ ପୋଖରୀରେ ପଡ଼ିଯାଇଥିଲେ।
ତେବେ ପରେ ମନୋଜ ପାଣିରେ ଭାସୁଥିବା ଦେଖି ପରିବାର ଲୋକ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବସ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)