ବନ୍ତଳା: ସାତକୋଶିଆ ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। କେତେବେଳେ ଦନ୍ତାହାତୀର କଙ୍କାଳ ମିଳୁଛି ତ କେତେବେଳେ ଶିକାରୀ ଫାସରେ ବାଘ ପଡି ଛଟପଟ ହେଉଛି। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଏକ ଅଣ୍ଡିରା ହାତୀଛୁଆ ଆଖି ବୁଜିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜ ଅଞ୍ଚଳରେ ଏକ ୫ବର୍ଷର ହାତୀ ଛୁଆକୁ ବନ ବିଭାଗ ଠାବ କରିଥିଲା। କୁହାଯାଉଛି ଯେ ଏହି ହାତୀ ଛୁଆଟି ୧୦ଦିନ ପୂର୍ବରୁ ଅସୁସ୍ଥ ଥିଲା। ତାକୁ ହାତୀପଲ ଘେରି ରହୁଥିଲେ। ଗତକାଲି ତାର ଚିକିତ୍ସା ଆରମ୍ଭ ହୋଇଥିଲା। ଅସୁସ୍ଥ ହାତୀ ଛୁଆର ସଠିକ ସମୟରେ ଚିକିତ୍ସା ନହେବା କାରଣରୁ ଏଭଳି ଘଟଣା ହୋଇଥିବା ଜଣାପଡିଛି। ତେବେ ମୃତ୍ୟୁ ହାତୀ ଛୁଆର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଓ ଏହାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ସରୋଜ ପଣ୍ଡା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/SatkosiaWildTreasuresSign.jpg)